ସିବିଆଇ ଜାଲରେ ବାଲେଶ୍ଵର CGST ସୁପରିଣ୍ଟେଣ୍ଡେଣ୍ଟ

ରାଜ୍ୟ କାହାଣୀ ( ଭୁବନେଶ୍ଵର)ସିବିଆଇ ଜାଲରେ ବାଲେଶ୍ଵର CGST ସୁପରିଣ୍ଟେଣ୍ଡେଣ୍ଟ । ବାଲେଶ୍ୱର କେନ୍ଦ୍ରୀୟ ଜିଏସଟି (CGST) କାର୍ଯ୍ୟାଳୟରେ ଶୁକ୍ରବାର ସିବିଆଇ (CBI) ପକ୍ଷରୁ ଏକ ବଡ଼ଧରଣର ଚଢ଼ାଉ କରାଯାଇଛି ।୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ସିବିଆଇ। ଜିଏସ୍‌ଟି ରିଫଣ୍ଡ ପାଇଁ ୮୦ ହଜାର ଟଙ୍କା ମାଗୁଥିଲେ ଓମ୍ ପ୍ରକାଶ। ଏନେଇ ସିବିଆଇ ପାଖରେ ଖବର ପହଞ୍ଚିବା ପରେ ଓମ୍ ପ୍ରକାଶଙ୍କୁ ଧରିବାକୁ ବିଛାଯାଇଥିଲା ଜାଲ। ଓମ୍ ପ୍ରକାଶଙ୍କୁ ଧରିବାକୁ ୨୭ ଜଣିଆ ଟିମ୍ ଗଠନ ହୋଇଥିଲା। ଠିକ୍ ଲାଞ୍ଚ ନେଉଥିବା ବେଳେ ଓମ୍ ପ୍ରକାଶ ନାୟକଙ୍କୁ ଧରିଛି ସିବିଆଇ ଟିମ୍ । ପରେ ତାଙ୍କୁ ପଚରାଉଚରା ଜାରି ରଖିଛି।ପ୍ରକାଶ ନାୟକଙ୍କ ବାସଭବନ ଏବଂ କାର୍ଯ୍ୟାଳୟର ଅନ୍ୟାନ୍ୟ କାଗଜପତ୍ର ମଧ୍ୟ ଯାଞ୍ଚ କରାଯାଉଛି । ଏହି ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ରହିଛି କି ନାହିଁ, ସେ ନେଇ ସିବିଆଇ ଅନୁସନ୍ଧାନ କରୁଛି । ବାଲେଶ୍ୱର ପରି ଏକ ବ୍ୟବସାୟିକ ପେଣ୍ଠସ୍ଥଳୀରେ ଜଣେ ବରିଷ୍ଠ କେନ୍ଦ୍ରୀୟ ଅଧିକାରୀ ଲାଞ୍ଚ ନେଇ ଧରାପଡ଼ିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

You might also like