ସରକାରଙ୍କୁ ଘେରିଲେ ବିରୋଧୀ,ଡବଲ ଇଞ୍ଜିନ ସରକାରଙ୍କ ଏ କଣ ଅମୃତକାଳ ?

ଭୁବନେଶ୍ୱର (ରାଜ୍ୟକାହାଣୀ )ଦେଶ ତଥା ରାଜ୍ୟରେ ଲାଗି ରହିଥିବା ତୈଳ ଓ ରନ୍ଧନ ଗ୍ୟାସର ସଂକଟକୁ ନେଇ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ସଂଜୟ ଦାଶବର୍ମା ଆଜି ବିଜେପି ଉପରେ ବର୍ଷିଛନ୍ତି । ସରକାର ୨ ବର୍ଷ ପୂର୍ତ୍ତି ପାଇଁ ବୈଠକ ପରେ ବୈଠକ କରୁଛନ୍ତି। ହେଲେ ଲୋକ ହନ୍ତସନ୍ତ ହେଉଛନ୍ତି।ସେ ଆହୁରି କହିଛନ୍ତି- ଆଜି ପେଟ୍ରୋଲ ଡିଜେଲ ୩ ଟଙ୍କା ବୃଦ୍ଧି ହୋଇଛି। ମନ୍ତ୍ରୀ ଓ ସଚିବ କହୁଛନ୍ତି ପର୍ଯ୍ୟାପ୍ତ ଡିଜେଲ ପେଟ୍ରୋଲ ଅଛି। ଲୋକ ପ୍ୟାନିକ ହୁଅନ୍ତୁ ନାହିଁ ୧୩ ଦିନ ପାଇଁ ପେଟ୍ରୋଲ ଓ ଡିଜେଲ ଅଛି। ଡବଲ ଇଞ୍ଜିନ ସରକାର କେମିତି ଅମୃତକାଳ କଥା କହୁଥିଲେ ବୋଲି ପ୍ରଶ୍ନ କରିଛନ୍ତି|ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ ପରେ ଦେଶ ଓ ରାଜ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ୫ ରାଜ୍ୟର ନିର୍ବାଚନ ପରେ ଗ୍ୟାସ ଦର ବଢ଼ିଲା। ଟ୍ରକ ସବୁ ତେଲ ପାଇଁ ଲାଇନରେ ଲାଗିଛନ୍ତି। ରବି ଧାନ କିପରି ଉଠିବ। ଏବେ ଢ଼ିଙ୍କିଶାଳ ଠାରୁ ହାଂଡିଶାଳ ପର୍ୟ୍ୟନ୍ତ ମହାଙ୍ଗା ମାଡ଼ ଦେଖା ଦେଇଛି। ଡବଲ ଇଞ୍ଜିନ ସରକାର କୌଣସି ଉତ୍ସବରେ ନ ମାତି ଉଚ୍ଚ ସ୍ତରୀୟ ବୈଠକ ଡାକି ଏହାର ସମାଧାନ କରନ୍ତୁ। ବିଜେଡି ଖୁବଶୀଘ୍ର ଦର ବୃଦ୍ଧି ଉପରେ ଆଗାମୀ ଦିନରେ ଆନ୍ଦୋଳନ କରିବେ ସେ ଚେତାବନୀ ଦେଇଛନ୍ତି।

You might also like