ସମ୍ଭାବ୍ୟ ବାତ୍ୟାକୁ ନେଇ ମନ୍ତ୍ରୀଙ୍କ ବଡ଼ ବୟାନ, ‘ସରକାର ସବୁବେଳେ ପ୍ରସ୍ତୁତ

ଭୁବନେଶ୍ୱର (ରାଜ୍ୟ କାହାଣୀ )ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ପ୍ରତିକ୍ରିୟା । ବାତ୍ୟା ନେଇ କିଛି ଘରୋଇ ସଂସ୍ଥା ନିଜ ନିଜ ପୂର୍ବାନୁମାନ ଓ ଆକଳନ କରୁଛନ୍ତି । ତେବେ ଏସବୁ ଆକଳନ ମଧ୍ୟରେ ସରକାର ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ସବୁବେଳେ ପ୍ରସ୍ତୁତ ବୋଲି କହିଛନ୍ତି ଶ୍ରୀ ସୁରେଶ ପୂଜାରୀ । ଏଯାଏ ସେଭଳି କିଛି ଆକଳନ ସଠିକ୍ ଭାବେ ହୋଇନି। ଯେତେ ପ୍ରାକୃତିକ ବିପର୍ଯ୍ୟୟ ଆସୁଛି ଏବଂ ଆସିବ ତାକୁ ଆମେ ପ୍ରତିହତ କରିପାରିବା। ସେମାନେ ଯାହା ପୂର୍ବାନୁମାନ ଲଗାଉଛନ୍ତି ଲଗାନ୍ତୁ କିନ୍ତୁ ଆମ ୩୬୫ ଦିନ ପ୍ରସ୍ତୁତ ଅଛୁ ।ଗତକାଲି ସମ୍ବଲପୁରରେ ଡପଲର୍ ରାଡାର୍ ସ୍ଥାପନ କରାଯାଇଥିବା ବେଳେ ଡିସେମ୍ବର ସୁଦ୍ଧା ଭୁବନେଶ୍ୱର, ବାଲେଶ୍ୱର ଓ ଗୋପାଳପୁରରେ ମଧ୍ୟ ଅତ୍ୟାଧୁନିକ ଡପଲର୍ ରାଡାର୍ ଲାଗିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଏହାଦ୍ୱାରା ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ଗତିପଥ ଓ ପ୍ରଭାବକୁ ଅଧିକ ସଠିକ୍ ଭାବେ ଆକଳନ କରିହେବ ବୋଲି କୁହାଯାଇଛି ।

You might also like