ଶ୍ରୀମନ୍ଦିର ବାହାର ରତ୍ନ ଭଣ୍ଡାରରୁ ୩ ରତ୍ନ ନିଖୋଜ ପ୍ରସଙ୍ଗ, ସିଂହଦ୍ୱାର ଥାନାରେ ଏତଲା

ଭୁବନେଶ୍ୱର (ରାଜ୍ୟକାହାଣୀ )ଶ୍ରୀମନ୍ଦିର ବାହାର ରତ୍ନ ଭଣ୍ଡାରରୁ ରତ୍ନ ଗାଏବ୍। ଆସିଛି ଏଭଳି କିଛି ସାଙ୍ଘାତିକ ଅଭିଯୋଗ। ବାହାର ରତ୍ନଭଣ୍ଡାରରୁ ତିନି ଗୋଟି ରତ୍ନ ନିଖୋଜ ଥିବା ନେଇ ଏବେ ଥାନାରେ ମାମଲା ପହଞ୍ଚିଛି। ବାହାର ରତ୍ନଭଣ୍ଡାର ଗଣତିର ଶେଷ ଦିନ ଅର୍ଥାତ୍ ଗତ ୧୧ ଏପ୍ରିଲରେ ରତ୍ନଭଣ୍ଡାର ସ୍ବତନ୍ତ୍ର ତଦାରଖ କମିଟି ଅଧ୍ୟକ୍ଷ ତଥା ସୁପର ଭାଇଜିଂ କମିଟି ସଦସ୍ୟ ଜଷ୍ଟିସ ବିଶ୍ୱନାଥ ରଥଙ୍କ ପ୍ରତିକ୍ରିୟାରୁ ୩ ଅଳଙ୍କାର ମିସିଂ ହୋଇଥିବା କଥା କହିଥିଲେ । କାଳେ ରତ୍ନଭଣ୍ଡାରରେ ରହିଥାଇପାରେ ବୋଲି କହିଥିଲେ ।

ଅର୍ଥାତ ୧୯୭୮ରେ ରତ୍ନ ଅଳଙ୍କାର ତାଲିକାରେ ଥିବା ୧୧୮ ପ୍ରକାର ଅଳଙ୍କାର ମଧ୍ୟରୁ ୩ଟି ଅଳଙ୍କାର ମିସିଂ ଥିବା କହିଥିଲେ । ଏବଂ ଅଳଙ୍କାର ବର୍ଦ୍ଧିତ ୨୦୨୬ ଗଣନାରେ ୧୪୭ ପହଞ୍ଚିଛି । ଏହି ରତ୍ନ ଅଳଙ୍କାର ଚୋରୀ ହୋଇଯାଇଛି ବୋଲି ଅଭିଯୋଗ କରିଛନ୍ତି ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ । ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି। ଯଦି ରାଜ୍ୟ ପୋଲିସ ଏହାର ସଠିକ୍ ତଦନ୍ତ ନକରେ, ତେବେ ଆଗାମୀ ଦିନରେ ସିବିଆଇର ଦ୍ୱାରସ୍ଥ ହେବାକୁ ଚେତାବନୀ ଦେଇଛି ଜଗନ୍ନାଥ ସେନା।

You might also like