ଶ୍ରୀମନ୍ଦିର ପ୍ରଶାସନ ନାଁରେ ନକଲି ନିଯୁକ୍ତି ପତ୍ର; ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟ ପ୍ରଶାସକ

ଭୁବନେଶ୍ଵର (ରାଜ୍ୟ କାହାଣୀ) ଶ୍ରୀମନ୍ଦିରରେ ସ୍କ୍ୱାର୍ଡ ନିଯୁକ୍ତିରେ ଠକେଇ ହେଉଥିବା ଅଭିଯୋଗ ସାମ୍ନାକୁ ଆସିଛି। ମୋଟା ଅଙ୍କର ଅର୍ଥ ନିଆଯାଇ କିଛି ଅସାଧୁ ବ୍ୟକ୍ତି ନକଲି ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଦସ୍ତଖତ ଥାଇ ଏକ ନକଲି ନିଯୁକ୍ତି ପତ୍ର ଚିଠି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହା ଏବେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ତେବେ ଏହି ଘଟଣା ଜଣାପଡ଼ିବା ପରେ ତତ୍ପର ହୋଇଉଠିଛି ଶ୍ରୀମନ୍ଦିର ପ୍ରଶାସନ।ଏହାପଛରେ କିଏ ମାଷ୍ଟର ମାଇଣ୍ଡ ତାର ତଦନ୍ତ ହେବା ନିହାତି ଆବଶ୍ୟକ ରହିଛି ।ତେବେ ଏହି ଖବର ଜାଣିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଏକ ପ୍ରେସ ବିଜ୍ଞପ୍ତିରେ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଏହି ଘଟଣାର ତଦନ୍ତ ପାଇଁ ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକଙ୍କୁ ମୁଁ ନିର୍ଦ୍ଦେଶ ଦେଇଛି । ଏନେଇ ପୋଲିସରେ ଏକ ଏତଲା ଦେବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛି ।

You might also like