ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ: ୭ରୁ ୮ ଦିନରେ ପାଇଲଟ୍ ରାମ୍ପ ପ୍ରସ୍ତୁତ

ଶ୍ରୀମନ୍ଦିରରେ ଧାଡି ଦର୍ଶନ ବ୍ୟବସ୍ଥା ପାଇଁ ପାଇଲଟ ରାମ୍ପର ନିର୍ମାଣ । ଆସନ୍ତା ୭ରୁ ୮ ଦିନ ମଧ୍ୟରେ ସରିବ । ଆଇଆଇଟି ଭୁବନଶ୍ୱର ଦ୍ୱାରା ପ୍ରସ୍ତାବିତ ରାମ୍ପ ମଡେଲର ସମୀକ୍ଷା କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଏହି ଫୋଲ୍ଡିଂ ରାମ୍ପକୁ ପ୍ରାୟ ୫ ମିନିଟ ମଧ୍ୟରେ ଖୋଲାଯାଇ ପୁଣି ବନ୍ଦ କରାଯାଇପାରିବ । ପାଇଲଟ ରାମ୍ପ ବା ପ୍ରଥମ ରାମ୍ପ ନିର୍ମାଣ ଶେଷ ହେବା ପରେ ଶ୍ରୀମନ୍ଦିର ଛତିଶା ନିଯୋଗ ପ୍ରତିନିଧି , ଶ୍ରୀମନ୍ଦିର ପରିଚାଳନା କମିଟି ପ୍ରତିନିଧିମାନଙ୍କୁ ଏହି ରାମ୍ପ ପରିଦର୍ଶନ କରାଯିବ । ସେମାନଙ୍କ ମତାମତ ଓ ନିଷ୍ପତ୍ତି ଆଧାରରେ ଆବଶ୍ୟକ ସ୍ଥଳେ ଏହାକୁ ସଂଶୋଧନ କରାଯିବ ।ନଚେତ୍ ଅନୁମତି ପାଇଲେ ଏହା କାର୍ଯ୍ୟକ୍ଷମ ହେବ । ଖୁବଶୀଘ୍ର ୬ ଥାକିଆ ରାମ୍ପ ବ୍ୟବସ୍ଥା କରାଯିବ । ୩ ରୁ ୪ ମାସ ମଧ୍ୟରେ ପୂର୍ଣ୍ଣ ମଡେଲ ପ୍ରସ୍ତୁତ ହେବ କହିଛନ୍ତି ଆଇନମନ୍ତ୍ରୀ। ସେହିପରି ଶ୍ରୀମନ୍ଦିରରେ ସହରବାସୀଙ୍କ ସହଜ ସୁବିଧା ଦର୍ଶନ ପାଇଁ ପ୍ରସ୍ତୁତ ହୋଇଛି ଟେକ୍ନୋଲୋଜି ମଡେଲ । ଉତ୍ତରଦ୍ୱାରରେ ସହରବାସୀ ଶ୍ରୀମନ୍ଦିର ଯିବା ପାଇଁ ବ୍ୟବସ୍ଥା କରାଯାଉଛି । ବାୟୋମେଟ୍ରିକ୍ସ ବ୍ୟବସ୍ଥା ମାଧ୍ୟମରେ ଏହି ବ୍ୟବସ୍ଥାକୁ ସହଜ କରାଯିବ ।

You might also like