ଶୁଭେନ୍ଦୁ ସରକାରଙ୍କ ବଡ଼ ନିଷ୍ପତ୍ତି, ଏବେ ସବୁ ମଦ୍ରାସାରେ ‘ବନ୍ଦେ ମାତରମ୍’ ବାଧ୍ୟତାମୂଳକ !

ପଶ୍ଚିମବଙ୍ଗର ନବନିର୍ବାଚିତ ବିଜେପି ସରକାର ରାଜ୍ୟରେ ଏକ ବଡ଼ ଏବଂ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱାଧୀନ ସରକାର ରାଜ୍ୟର ସମସ୍ତ ମଦ୍ରାସାରେ ଦୈନିକ ପ୍ରାର୍ଥନା ସଭା ସମୟରେ ଜାତୀୟ ଗୀତ ‘ବନ୍ଦେ ମାତରମ୍’ ଗାନ କରିବାକୁ ବାଧ୍ୟତାମୂଳକ କରିଛନ୍ତି ।ସଂଖ୍ୟାଲଘୁ ବ୍ୟାପାର ଏବଂ ମଦ୍ରାସା ଶିକ୍ଷା ବିଭାଗ ଏହାର ତଦାରଖ କରୁଛି । ଚଳିତ ବର୍ଷ ଫେବୃଆରୀ ମାସରେ କେନ୍ଦ୍ର ସରକାର ‘ବନ୍ଦେ ମାତରମ୍’ କୁ ଜାତୀୟ ସଙ୍ଗୀତ ସହ ସମାନ ମାନ୍ୟତା ପ୍ରଦାନ କରିଛନ୍ତି । ଏହି ନିଷ୍ପତ୍ତି ପରେ, ସରକାରୀ କାର୍ଯ୍ୟକ୍ରମ ଏବଂ ସ୍କୁଲଗୁଡ଼ିକରେ ଜାତୀୟ ସଙ୍ଗୀତ ସହିତ ଜାତୀୟ ଗୀତର ସମସ୍ତ ଛଅଟିଯାକ ସ୍ତବକ ଗାନ କରିବା ବାଧ୍ୟତାମୂଳକ ହୋଇଛି । ପୂର୍ବରୁ ଏହି ନିୟମ କେବଳ ସାଧାରଣ ସରକାରୀ ଏବଂ ସରକାରୀ ସହାୟତା ପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ଲାଗୁ ଥିବାବେଳେ, ଏବେ ଏହାକୁ ମଦ୍ରାସା ଗୁଡ଼ିକ ପାଇଁ ମଧ୍ୟ ଲାଗୁ କରାଯାଇଛି ।”ବନ୍ଦେ ମାତରମ୍” ଭାରତ ବର୍ଷକୁ ଉପନିବେଶବାଦୀ ଶାସନରୁ ମୁକ୍ତ କରିବା ପାଇଁ ସଂଘର୍ଷ କରୁଥିବା ସ୍ୱାଧିନତା ସଂଗ୍ରାମୀଙ୍କ ସ୍ଲୋଗାନ ରହିଥିଲା । ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଏକ ପ୍ରମୁଖ ରାଜନୈତିକ ପ୍ରସଙ୍ଗ ପାଲଟିଥିଲା ।

You might also like