ଶିକ୍ଷକଙ୍କ ଆନ୍ଦୋଳନ ପ୍ରସଙ୍ଗ ; ଆଲୋଚନା କଲେ ଉଚ୍ଚଶିକ୍ଷା ମନ୍ତ୍ରୀ ଓ ଆଇନ ମନ୍ତ୍ରୀ

ଭୁବନେଶ୍ୱର (ରାଜ୍ୟ କାହାଣୀ )ଗୁରୁ ଦିବସରେ ଆନ୍ଦୋଳନରତ ଶିକ୍ଷାକମାନଙ୍କୁ ଭେଟିଲେ ମନ୍ତ୍ରୀ । ରାଜଧାନୀର ରାଜରାସ୍ତାରେ ଧାରଣାରେ ବସିଛନ୍ତି ଶିକ୍ଷକ-ଶିକ୍ଷୟିତ୍ରୀ । ୨୧ ଦିନ ହେଲା ବିଦ୍ୟାଳୟ ଛାଡି ଗାନ୍ଧୀମାର୍ଗରେ ଅହୋରାତ୍ର ଧାରଣାରେ ବସିଛନ୍ତି । ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଗାନ୍ଧି ମାର୍ଗରେ ପହଞ୍ଚିଛନ୍ତି । ତାଙ୍କ ସହ ବିଧାୟକ ଆଶ୍ରିତ ପଟ୍ଟନାୟକ ଅଛନ୍ତି । ଆନ୍ଦୋଳନରତ ଶିକ୍ଷକମାନଙ୍କ ସହ ଆଲୋଚନା କରିଛନ୍ତି । ଆନ୍ଦୋଳନ ପ୍ରତ୍ୟାହାର ପାଇଁ ଶିକ୍ଷକଙ୍କୁ ଆହ୍ୱାନ ଦେଇଛନ୍ତି ମନ୍ତ୍ରୀ । ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ବାହାରିବ । ଯାହା ବି ସମସ୍ୟା ଅଛି ସମାଧାନ ହେବାର ଆବଶ୍ୟକତା ରହିଛି । ଶିକ୍ଷକଙ୍କ ଦାବିକୁ ରେଜିଷ୍ଟର ପାଇଁ କମିଟି ଗଠିତ ହୋଇଥିଲା। କମିଟି ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ପ୍ରଦାନ କରିଛି । ୮୦୦ ପୃଷ୍ଠା ବିଶିଷ୍ଟ ରିପୋର୍ଟ ଦିଆଯାଇଛି । ସମସ୍ୟା ପ୍ରାୟ ୨୦ ବର୍ଷର, ସରକାର ସମ୍ବେଦନଶୀଳ ଅଛନ୍ତି । ତେଣୁ ନିଷ୍ପତ୍ତି ଖୁବଶୀଘ୍ର ହେବ ।

You might also like