ଶପଥ ନେବାର ଗୋଟିଏ ଦିନ ପରେ ହଠାତ୍ ଷ୍ଟାଲିନଙ୍କ ଘରେ ପହଞ୍ଚିଲେ ବିଜୟ
ତାମିଲନାଡୁରେ ଐତିହାସିକ ନିର୍ବାଚନ ବିଜୟ ପରେ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ଶପଥ ନେବାର ମାତ୍ର ଗୋଟିଏ ଦିନ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଡିଏମକେ ମୁଖ୍ୟ ଏମ.କେ. ଷ୍ଟାଲିନଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି।ଅଲବରପେଟ ସ୍ଥିତ ଷ୍ଟାଲିନଙ୍କ ବାସଭବନରେ ପହଞ୍ଚି ତାଙ୍କ ସହ ଆଲୋଚନା କରିଛନ୍ତି ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ । ତାମିଲନାଡ଼ୁ ବିଧାନସଭା ନିର୍ବାଚନ ପରେ ଦୁଇ ନେତାଙ୍କ ମଧ୍ୟରେ ଏହି ବୈଠକ ହୋଇଛି ।ସୂଚନା ଅନୁସାରେ ଏହା ଏକ ସୌଜନ୍ୟ ମୂଳକ ସାକ୍ଷାତ ଥିଲା । ବିଜୟ ନିଜ କାର୍ଯ୍ୟକାଳର ପ୍ରଥମ ଦିନରେ ସର୍ବପ୍ରଥମେ ଷ୍ଟାଲିନଙ୍କ ଘରକୁ ଯାଇଥିଲେ । ଏହି ସାକ୍ଷାତ ଏପରି ସମୟରେ ହୋଇଛି, ଯେତେବେଳେ ନିକଟରେ ଶେଷ ହୋଇଥିବା ନିର୍ବାଚନରେ ଡିଏମକକୁ ଅପ୍ରତ୍ୟାଶିତ ଭାବେ କ୍ଷମତାରୁ ହଟାଇ ଟିଭିକେ ସରକାର ଗଠନ କରିଛି ।