ଲଗାଣ ବର୍ଷାରେ ସ୍କୁଲ ବନ୍ଦ, ଆଗକୁ ବଢ଼ିବ ଛୁଟି : ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ଵର (ରାଜ୍ୟ କାହାଣୀ) ବର୍ଷା ଥମିବାର ନାଁ ନେଉନି। ଦକ୍ଷିଣ ଓଡ଼ିଶାର ଅନେକ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି। ଏପଟେ ଅତ୍ୟଧିକ ବର୍ଷାକୁ ଦୃଷ୍ଟିରେ ରଖି କିଛି ଜିଲ୍ଲାରେ ସ୍କୁଲ ବନ୍ଦ ରଖାଯାଇଛି। ଅତ୍ୟଧିକ ବର୍ଷା ପାଇଁ ଦୁଇ ଦିନ ସ୍କୁଲକୁ ଛୁଟି ଘୋଷଣା କରିଥିଲେ ଜିଲ୍ଲାପାଳ। ଆହୁରି ଦିନେ ଦୁଇଦିନ ସ୍କୁଲ ଛୁଟି ବଢ଼ିପାରେ। ଯେଉଁଭଳି ଭାବରେ ବର୍ଷା ହେଉଛି, ତାହାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ଖୁବଶୀଘ୍ର ନିଆଯିବ। ବାରମ୍ବାର ଅତ୍ୟଧିକ ବର୍ଷା ପାଇଁ ସ୍କୁଲ ବନ୍ଦ ରହୁଛି। ଶିକ୍ଷା ବର୍ଷ ପ୍ରଭାବିତ ହୋଇଛି। ପିଲାଙ୍କ ପାଠ ପଢ଼ା ପ୍ରଭାବିତ ହୋଇଛି। ଆବଶ୍ୟକ ପଡିଲେ Extra Class କରି ପିଲାଙ୍କ କ୍ଷତି ହୋଇଥିବା ପାଠକୁ ଭରଣା କରାଯିବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।”ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦେଖି ସ୍କୁଲ ଖୋଲିବା ନେଇ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେବ। ପିଲାଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯିବା ସହ ପାଠପଢ଼ାରେ ହୋଇଥିବା କ୍ଷତିକୁ Extra Class ମାଧ୍ୟମରେ ଭରଣା କରାଯିବା ଉପରେ ଗୁରୁତ୍ୱ ଦିଆଯିବ।