ରେଭେନ୍ସା ବିଶ୍ୱବିଦ୍ୟାଳୟର ଅଧ୍ୟାପକଙ୍କ ବିରୁଦ୍ଧରେ ବାଚସ୍ପତିଙ୍କୁ ଚିଠି ଲେଖିଲେ କଟକ ବିଧାୟକ

ଭୁବନେଶ୍ୱର (ରାଜ୍ୟ କାହାଣୀ )ରେଭେନ୍ସା ଚିଫ ୱାର୍ଡେନ-କଟକ ସଦର ବିଧାୟକ ବିବାଦ ଘଟଣା । ବାଚସ୍ପତିଙ୍କୁ ଚିଠି ଲେଖିଲେ କଟକ ସଦର ବିଧାୟକ ପ୍ରକାଶ ସେଠୀ । ବିଶ୍ୱବିଦ୍ୟାଳୟର ଶିକ୍ଷା ବିଭାଗର ମୁଖ୍ୟ ଡ. ସୁଦର୍ଶନ ମିଶ୍ରଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି । ବିଶ୍ୱବିଦ୍ୟାଳୟର ସିନେଟ୍ ସଦସ୍ୟ ଏବଂ କଟକ ସଦର ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକ ଭାବେ ରେଭେନ୍ସା ବିଶ୍ୱବିଦ୍ୟାଳୟ ଗସ୍ତ ସମୟରେ ଘଟିଥିବା ଏକ ଘଟଣାକୁ ନେଇ ପତ୍ର ଲେଖିଛନ୍ତି ବିଧାୟକ। ସେ ଲେଖିଛନ୍ତି, ହଷ୍ଟେଲ ଛାତ୍ର ଧାରଣା ଦେବା ଖବର ଶୁଣି ରେଭନ୍ସାକୁ ଯାଇଥିଲି । ସିନେଟ ମେମ୍ବର ଭାବେ ବିଶ୍ୱବିଦ୍ୟାଳୟକୁ ଯାଇଥିଲି । ମୁଁ ଚାହୁଁଥିଲି ଉଭୟ ପକ୍ଷ ବସି ସମାଧାନ ହେଉ । ସେଠାରେ ତାଙ୍କୁ ଚିଫ ୱାର୍ଡେନ ଦୁର୍ବ୍ୟବହାର କରିଥିବା ଉଲ୍ଲେଖ କରିଛନ୍ତି । ଲୋକ ପ୍ରତିନିଧିଙ୍କୁ ସର୍ବ ସମ୍ମୁଖରେ ଦୁର୍ବ୍ୟବହାର କରିଥିବାରୁ ଆକ୍ସନ ପାଇଁ ଦାବି କରିଛନ୍ତି ।ସୂଚନା ଥାଉକି ସୋମବାର ଦିନ ଆନ୍ଦୋଳନକୁ ଓହ୍ଲାଇଥିଲେ ରେଭେନ୍ସା ଇଷ୍ଟ ହଷ୍ଟେଲର ଶତାଧିକ ଛାତ୍ର । କେବଳ ଅନଶନ ନୁହେଁ ବରଂ ହଷ୍ଟେଲ ଆଗରେ ଅହୋରାତ୍ର ଧାରଣାରେ ବସି ଥିଲେ ଇଷ୍ଟ ହଷ୍ଟେଲ ଅନ୍ତେବାସୀ । ହାତରେ ପ୍ଲାକାର୍ଡ ଏବଂ ଡେପୁଟି ୱାର୍ଡେନଙ୍କ ଇସ୍ତଫା ଦାବିରେ ଅଡ଼ି ବସିଥିଲେ ଛାତ୍ରମାନେ ।ସେମାନଙ୍କ ଅଭିଯୋଗ କରିଥିଲେ ଯେ, ହଷ୍ଟେଲର ଡେପୁଟି ୱାର୍ଡେନ ମନମାନି ଚଳାଇଛନ୍ତି । ଅଚାନକ ହଷ୍ଟେଲକୁ ଆସି, ମନଇଚ୍ଛା ପିଲା ମାନଙ୍କୁ ବାହାର କରିଦେଇ ଘରେ ତାଲା ପକାଇ ଦେଉଛନ୍ତି । ଯାହାର ପ୍ରତିବାଦ ସ୍ୱରୂପ ଛାତ୍ରମାନେ ଆନ୍ଦୋଳନ ଚଳାଇଛନ୍ତି । ଅନ୍ୟପଟେ ରେଭେନ୍ସା ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ରାଜନୈତିକ ହସ୍ତକ୍ଷେପକୁ ବିରୋଧ କରି ହଷ୍ଟେଲ୍ର ସମସ୍ତ ଓ୍ୱାର୍ଡେନ ଇସ୍ତଫା ପ୍ରଦାନ କରିଛନ୍ତି । ହଷ୍ଟେଲ ଦାୟିତ୍ୱରୁ ଓହରିବା ସହ ଭିସିଙ୍କୁ ଇସ୍ତଫା ଦେଇଥିବା ସୂଚନା ।

You might also like