ରାମ ମନ୍ଦିର ଟ୍ରଷ୍ଟରେ ନୂଆ ଦାୟିତ୍ୱ! CEO ହେଲେ ଅବସରପ୍ରାପ୍ତ ଏୟାର ମାର୍ଶାଲ୍

ରାମ ମନ୍ଦିର ଟ୍ରଷ୍ଟର ପ୍ରଥମ CEO ହେଲେ ଅବସରପ୍ରାପ୍ତ ଏୟାର ମାର୍ଶାଲ୍ ଜିତେନ୍ଦ୍ର ମିଶ୍ରା । ଅଯୋଧ୍ୟା ରାମ ମନ୍ଦିରର ପରିଚାଳନାକୁ ଆହୁରି ସୁସଂଗଠିତ ଓ ପାରଦର୍ଶୀ କରିବା ଦିଗରେ ଏହାକୁ ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି ।ର ମାର୍ଶାଲ୍ ଜିତେନ୍ଦ୍ର ମିଶ୍ର ତାଙ୍କ ନିଯୁକ୍ତି ତାରିଖରୁ ତିନି ବର୍ଷ ପର୍ଯ୍ୟନ୍ତ CEO ପଦବୀରେ ରହିବେ ।

ଏୟାର ମାର୍ଶାଲ୍ ଜିତେନ୍ଦ୍ର ମିଶ୍ର ଭାରତୀୟ ବାୟୁସେନାରେ ୩୮ ବର୍ଷ ଧରି କାର୍ଯ୍ୟ କରିଛନ୍ତି । ସେ ଫାଇଟର୍ ଜେଟ୍ ପାଇଲଟ୍, କମ୍ବାଟ୍ ଇନ୍‌ଷ୍ଟ୍ରକ୍ଟର୍ ଏବଂ ଟେଷ୍ଟ ପାଇଲଟ୍ ଭାବେ କାର୍ଯ୍ୟ କରିଛନ୍ତି । ଏହାରି ମଧ୍ୟରେ ରାମ ମନ୍ଦିର ଟ୍ରଷ୍ଟର CEO ପଦ ପାଇଁ ୫,୫୦୦ରୁ ଅଧିକ ଆବେଦନ ଆସିଥିଲା । ସେଥିମଧ୍ୟରୁ ୧୮ ଜଣଙ୍କ ନାମ ସର୍ଟଲିଷ୍ଟ କରାଯାଇଥିଲା । ସର୍ଟଲିଷ୍ଟ ହୋଇଥିବା ପ୍ରାର୍ଥୀମାନଙ୍କୁ ଖାଦ୍ୟପାନୀୟ, ଜୀବନଶୈଳୀ ଏବଂ ହିନ୍ଦୁ ଧର୍ମ ସହ ଜଡ଼ିତ ବିଭିନ୍ନ ମାନ୍ୟତାକୁ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପଚରାଯାଇଥିଲା । ରାମ ମନ୍ଦିରର CEOଙ୍କ ସବୁଠାରୁ ବଡ଼ ଦାୟିତ୍ୱ ହେବ ମନ୍ଦିରର ପ୍ରଶାସନିକ, ଆର୍ଥିକ ଏବଂ ଆଇନଗତ ପରିଚାଳନାର ଦାୟିତ୍ୱ ସମ୍ଭାଳିବା ।ଏହାସହ ରାମ ମନ୍ଦିରର ସୁରକ୍ଷା ବ୍ୟବସ୍ଥା ପାଇଁ ଏକ ସ୍ଥାୟୀ Local Security Coordination Committee ଗଠନ କରାଯିବା ନେଇ ମଧ୍ୟ ଆଲୋଚନା ହୋଇଛି । ଟ୍ରଷ୍ଟ ପାଇଁ ଜଣେ ଅଧିକାରିକ ପ୍ରେସ୍ ପ୍ରବକ୍ତା ନିଯୁକ୍ତି ନେଇ ମଧ୍ୟ ପଦକ୍ଷେପ ନିଆଯିବ । ଅନ୍ୟପଟେ, ମନ୍ଦିରକୁ ଆସୁଥିବା ଦାନ ଓ ଅର୍ପଣକୁ ନେଇ ଉଠିଥିବା ଅଭିଯୋଗର SIT ତଦନ୍ତ ଏବଂ ସୁପ୍ରିମକୋର୍ଟରେ ଚାଲିଥିବା ପ୍ରକ୍ରିୟାର ସ୍ଥିତି ମଧ୍ୟ ସମୀକ୍ଷା କରାଯିବ ।

You might also like