ରାମାୟଣ’ ଟ୍ରେଲର୍ ଧମାକା : ରଣବୀରଙ୍କ ରାମ ଅବତାର ଓ VFXକୁ ଦର୍ଶକଙ୍କ ପ୍ରଶଂସା

ଗୁରୁବାର ବହୁ ପ୍ରତୀକ୍ଷିତ ବଲିଉଡ୍ ଫିଲ୍ମ ‘ରାମାୟଣ’ର ଦମଦାର ଝଲକ ସାମ୍ନାକୁ ଆସିଛି । ନିର୍ମାତାଙ୍କ ପକ୍ଷରୁ ରିଲିଜ ହୋଇଛି ‘ରାମାୟଣ’ର ପ୍ରଥମ ଟ୍ରେଲର୍ । ଫିଲ୍ମର ଜବରଦସ୍ତ ଟ୍ରେଲର୍ ପ୍ରତ୍ୟେକ ଦର୍ଶକଙ୍କ ମନରେ ଗଭୀର ପ୍ରଭାବ ପକାଇଛି ।  ଏହାକୁ ଦେଖିବା ପରେ ସିନେପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବଢ଼ିବାରେ ଲାଗିଛି ।ଟ୍ରେଲରଟି ହିନ୍ଦୀ ସମେତ ତାମିଲ, ତେଲୁଗୁ, କନ୍ନଡ଼ ଓ ମାଲାୟାଲମ ସମତେ ଅନେକ ଭାଷାରେ ବିଭିନ୍ନ ଡିଜିଟାଲ ପ୍ଲାଟଫର୍ମରେ ରିଲିଜ ହୋଇଛି ।ଏଥିରେ ଦେଖାଯାଇଥିବା ଝଲକ, ଉଚ୍ଚମାନର VFX ଓ ଆକର୍ଷଣୀୟ ସଙ୍ଗୀତ ଦର୍ଶକଙ୍କୁ ବେଶ୍ ପ୍ରଭାବିତ କରିଛି। ସେହିପରି ରଣବୀର କପୁର, ସାଇ ପଲ୍ଲବୀ ଓ ୟଶଙ୍କ ଚରିତ୍ର ଏବଂ ଲୁକ ମଧ୍ୟ ସୋସିଆଲ୍ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହା ଏକ ବଡ଼ ବଜେଟର ଫିଲ୍ମ ଯାହା ୪୦୦୦ କୋଟି ଟଙ୍କାରେ ନିର୍ମିତ ହୋଇଛି । ଟ୍ରେଲରରେ ପୌରାଣିକ କାହାଣୀକୁ VFX ଭିଜୁଆଲ୍ ସହ ଉପସ୍ଥାପନ କରାଯାଇଛି । ଯାହା ବେଶ ଆକର୍ଷଣୀୟ ଲାଗୁଛି ।ଟ୍ରେଲର ଦେଖିଲା ପରେ ସୋସିଆଲ ମିଡିଆରେ ଅନେକ ଦର୍ଶକ ଏହାକୁ ଭାରତୀୟ ସିନେମାର ସବୁଠାରୁ ଦମଦାର୍ ପୌରାଣିକ ଫିଲ୍ମମାନଙ୍କ ମଧ୍ୟରୁ ଗୋଟିଏ ବୋଲି କହୁଛନ୍ତି । ଏହି ଫିଲ୍ମ ଦ୍ୱାରା ନିର୍ମାତା ଭାରତୀୟଙ୍କୁ ସେମାନଙ୍କ ସଂସ୍କୃତି ସହିତ ଯୋଡ଼ିବା ଏବଂ ଏକ ଉଦାହରଣ ସୃଷ୍ଟି କରିବା ଦିଗରେ କାମ କରିଛନ୍ତି ।

You might also like