ରାଜ୍ୟ ବଜେଟ୍‌ କୁ ନେଇ ବିଜେଡିର ପ୍ରେସମିଟ୍। ସରକାରଙ୍କ ଉପରେ ବର୍ଷିଲେ ବିଜେଡି ନେତା

ଭୁବନେଶ୍ୱର (ରାଜ୍ୟକାହାଣୀ )ରାଜ୍ୟ ବଜେଟ୍‌ କୁ ନେଇ ବିଜେଡିର ପ୍ରେସମିଟ୍। ସରକାରଙ୍କ ଉପରେ ବର୍ଷିଲେ ବିଜେଡି ନେତା। ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଏନେଇ କହିଛନ୍ତି ଯେ, ଗୃହ ଚଳାଇବା ପାଇଁ ସରକାରଙ୍କ ମାନସିକତା ନାହିଁ। ଆଲୋଚନା ହେଲେ ସରକାରଙ୍କ ଦୋଷ ପଦାକୁ ଆସିଯିବ। ସରକାର ସେଥିପାଇଁ ପ୍ରସ୍ତୁତ ନୁହଁନ୍ତି। ଗୃହ ଚଳାଇବା ସରକାରଙ୍କ ପ୍ରାଥମିକ ଦାୟିତ୍ବ। ସରକାର ଆଜି ଯାଏଁ କାହିଁକି ଧାନ କିଣି ପାରୁନାହାନ୍ତି। ଚାଷୀଙ୍କୁ ଟୋକନ ମିଳୁନାହିଁ । ଆମେ କଣ ଏ ପ୍ରସଙ୍ଗ ଉଠାଇବୁ ନାହିଁ। ସରକାର ଗୃହକୁ ଓ ଜନ ସାଧାରଣଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି। ଖରିଫ ଧାନ ଏଯାଏଁ ଉଠୁ ନାହିଁ । ହେଲେ ଏପଟେ ଡାଳୁଆ ଧାନ ଆରମ୍ଭ ହେଲାଣି। ବିଜେଡିର ୨୪ ବର୍ଷ ଭିତରେ ଓଡ଼ିଶାର ଋଣଭାର ୭୮ ହଜାର କୋଟି ଥିଲା। ଏବେ ୧ ଲକ୍ଷ ୫୫ ହାଜର କୋଟି ଟଙ୍କା ଋଣଭାର ହୋଇଗଲା। ଏମିତି ଚାଲିଲେ ରାଜ୍ୟ ଅନ୍ଧକାର ଭିତରକୁ ଚାଲିଯିବ। ଏ ବଜେଟରେ କୃଷକଙ୍କ ପାଇଁ କିଛି ନାହିଁ। ସ୍ୱାସ୍ଥ୍ୟ ବିଭାଗର ଅନୁଦାନ କମିଛି। ବେକାରୀ ସମସ୍ୟାର ସମାଧାନ ପାଇଁ କୌଣସି ବଜେଟ ନାହିଁ। ଏ ବଜେଟ ନିରାଶାଜନକ। ଏହା ପ୍ରଚାର ସର୍ବସ୍ୱ ବଜେଟ। ରାଜ୍ୟ ବଜେଟକୁ ଖର୍ଚ୍ଚ କରିପାରୁ ନାହାନ୍ତି ସରକାର। କେନ୍ଦ୍ରୀୟ ଅନୁଦାନ କମୁଛି। କୃଷି ବଜେଟ କମୁଛି। ଆଜି ରାଜ୍ୟର ଅର୍ଥନୀତି ରେଡ୍ ଜୋନକୁ ପ୍ରବେଶ କରୁଛି। ରାଜ୍ୟର ଅଭିବୃଦ୍ଧି କମୁଛି ଓ ଋଣଭାର ବଢିଛି। ଖୋଲା ବଜାରରୁ ୪୦ ପ୍ରତିଶତ ଋଣ କରାଯାଇଛି।

You might also like