ରାଜ୍ୟସଭା ପରେ ଲୋକସଭାରେ ଗୃହୀତ ହେଲା ‘ବନ୍ଦେ ମାତରମ’ ବିଲ୍

ସଂସଦରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତି ଦାବିରେ ସଂସଦର ଉଭୟ ସଦନରେ ଗୁରୁବାର ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି। ଲୋକସଭାରେ ‘ବନ୍ଦେ ମାତରମ’ ବିଧେୟକ ଗୃହୀତ ହୋଇଯାଇଛି। ବିରୋଧୀ ଦଳଙ୍କ ହଟ୍ଟଗୋଳ ସତ୍ତ୍ୱେ ସଂସଦର ଉଭୟ ସଦନରେ ବିଧେୟକ ପାସ୍ ହୋଇଯାଇଛି। ୨୯ ଜୁଲାଇ ବୁଧବାର ବନ୍ଦେ ମାତରମ ବିଧେୟକକୁ ରାଜ୍ୟସଭାର ମଞ୍ଜୁରୀ ମିଳିଥିଲ। ୩୦ ଜୁଲାଇ ଗୁରୁବାର ବିଧେୟକ ଲୋକସଭାରେ ମଧ୍ୟ ଗୃହୀତ ହୋଇଛି। ଉଭୟ ସଦନରେ ଗୃହୀତ ହେବା ପରେ ଏବେ ଏହାକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ନିମନ୍ତେ ପଠାଯିବ। ବନ୍ଦେ ମାତରମ ବିଲ୍ ଆଇନରେ ପରିଣତ ହେଲେ ରାଷ୍ଟ୍ରୀୟ ସଙ୍ଗୀତକୁ ଜାତୀୟ ସଙ୍ଗୀତ ଜନଗଣ ମନ ଭଳି ଆଇନଗତ ସୁରକ୍ଷା ମିଳିବ। ନୂଆ ଆଇନ ଲାଗୁ ହେଲେ ବନ୍ଦେ ମାତରମର ଅପମାନ କରିବା ଅପରାଧ ମନେକରାଯିବ।ନ୍ଦେ ମାତରମ ଗାନ କାଳରେ ବାଧା ଦେବା ଅଥବା କାହାକୁ ଏହି ଜାତୀୟ ସଙ୍ଗୀତ ଗାନ କରିବାକୁ ରୋକିବା ଅପରାଧ ମନେ କରାଯିବ। ବନ୍ଦେ ମାତରମକୁ ଅପମାନ କଲେ ୩ ବର୍ଷ ଜେଲ, ଜରିମନା ଅଥବା ଉଭୟ ହୋଇପାରେ। ଜାତୀୟ ସଂଗୀତ ଗାନରେ ବାଧା ପାଇଁ ମଧ୍ୟ ଏହି ଦଣ୍ଡର ପ୍ରାବଧାନ ରହିଛି। ଗୃହ ରାଜ୍ୟମନ୍ତ୍ରୀ ନିତ୍ୟାନନ୍ଦ ରାୟ ଜୁଲାଇ ୨୪ ତାରିଖରେ ରାଜ୍ୟସଭାରେ ଏହି ବିଧେୟକ ଉପସ୍ଥାପନ କରିଥିଲେ

You might also like