ରାଜ୍ୟସଭା ନିର୍ବାଚନକୁ ନେଇ ସବୁ ବିଧାୟକଙ୍କୁ ଚିଠି ଲେଖିଲେ ନବୀନ

ରାଜ୍ୟକାହାଣୀ ( ଭୁବନେଶ୍ୱର )ରାଜ୍ୟସଭା ନିର୍ବାଚନକୁ ନେଇ ନବୀନଙ୍କ ବଡ଼ ନିଷ୍ପତ୍ତି । ସବୁ ବିଧାୟକଙ୍କୁ ଚିଠି ଲେଖିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଜାରି କରିଥିବା ହ୍ବିପକୁ ମାନିବାକୁ ଦେଲେ କଡ଼ା ନିର୍ଦ୍ଦେଶ ।ବିଜେଡି ସଭାପତି ନବୀନ ପଟ୍ଟନାୟକ ଓ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ନିଜେ ଏହି ନିର୍ବାଚନର ମଙ୍ଗ ଧରିଛନ୍ତି। ତେଣୁ କୌଣସି ଉପାୟରେ ବିଧାୟକଙ୍କୁ ଏକାଠି କରିବାକୁ ସବୁ କଳବଳ ଲଗାଇ ଦେଇଛନ୍ତି। ବିରୋଧୀ ଦଳ ଭୋଟ୍ ଭାଙ୍ଗିବାକୁ ବିଜେପି ବି ଦିନରାତି ଏକ୍ କରିଦେଇଛି। ଫଳରେ ରାଜ୍ୟସଭା ନିର୍ବାଚନ ରୋଚକ ମୋଡ଼କୁ ଆସିଯାଇଛି।ଏଥିସହ ରବିବାର ହେବାକୁ ଥିବା ବିଧାୟକ ଦଳ ବୈଠକରେ ଯୋଗ ଦେବା ବାଧ୍ୟତାମୂଳକ । ଏହାକୁ ଅତି ଗୁରୁତର ସହ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଜେଡି ସଭାପତି । ବିଜେଡିରେ ଏବେ କ୍ରସ ଭୋଟିଂକୁ ନେଇ ଭୟ ଘାରିଛି । ସବୁ ବିଧାୟକଙ୍କୁ ଏକାଠି ରଖିବାକୁ ଏଭଳି ରଣନୀତି ଆପଣାଇଛି ଦଳ । ତେବେ ରାଜ୍ୟସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଘାରିଛି କ୍ରସ୍ ଭୋଟିଂର ଭୟ। ହୁଇପ୍ ପରେ ରାଜ୍ୟ ବାହାରକୁ ଗଲେ କଂଗ୍ରେସ ବିଧାୟକ। ୮ରୁ ୯ ଜଣ କଂଗ୍ରେସ ବିଧାୟକ ବାହାରକୁ ଯାଇଥିବା ଜଣାପଡ଼ିଛି। ପିସିସି ସଭାପତି ସମସ୍ତଙ୍କୁ ବେଙ୍ଗାଲୁରୁ ନେଇଥିବା ସୂଚନା ରହିଛି।

You might also like