ରାଜ୍ୟସଭାକୁ ଦେବାଶିଷ ସାମନ୍ତରାୟ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ

ରାଜ୍ୟ କାହାଣୀ ( ଭୁବନେଶ୍ଵର)ରାଜ୍ୟସଭାକୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲେ ଦେବାଶିଷ ସାମନ୍ତରାୟ। ବିଜେପି ପ୍ରାର୍ଥୀ ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲେ ଦେବାଶିଷ। କିନ୍ତୁ ସେ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଥିବାରୁ ଏହି ଉପନିର୍ବାଚନ ପାଇଁ ଆଉ ଭୋଟିଂର ଆବଶ୍ୟକତା ପଡ଼ିଲା ନାହିଁ। ଫଳରେ ସେ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇଥିବା ନେଇ ଗୁରୁବାର ଘୋଷଣା କରାଯାଇଛି।କିଛି ଦିନ ତଳେ ଦେବାଶିଷ ବିଜେଡି (ବିଜୁ ଜନତା ଦଳ)ରୁ ଇସ୍ତଫା ଦେବା ପରେ ଏହି ଆସନଟି ଖାଲି ପଡ଼ିଥିଲା ଏବଂ ଏଥିପାଇଁ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଗତ ମେ ୨୫ ତାରିଖରେ ସେ ଆନୁଷ୍ଠାନିକ ଭାବେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇ ସମସ୍ତଙ୍କୁ ଚକିତ କରିଦେଇଥିଲେ । ବିଜେଡି ଛାଡ଼ିବାର ମାତ୍ର କେଇଦିନ ଭିତରେ ସେ ପଦ୍ମ ଶିବିରରେ ସାମିଲ ହୋଇଥିଲେ ଏବଂ ବିଜେପି ତାଙ୍କ ଉପରେ ଆସ୍ଥା ପ୍ରକଟ କରି ରାଜ୍ୟସଭା ପ୍ରାର୍ଥୀ କରିଥିଲା ।

You might also like