ରାଜ୍ୟର ସମସ୍ତ ପୌରାଞ୍ଚଳରେ ହେବ ଇଭି ଚାର୍ଜଙ୍ଗ ଷ୍ଟେସନ

ରାଜ୍ୟ କାହାଣୀ (ଭୁବନେଶ୍ଵର)EV ଚାର୍ଜିଂ ଷ୍ଟେସନ ପାଇଁ ପରିବହନ ବିଭାଗ ଆଣିଲା ଏସଓପି । ରାଜ୍ୟର ସମସ୍ତ ପୌରାଞ୍ଚଳରେ ହେବ EV ଚାର୍ଜିଂ ଷ୍ଟେସନ । ଚାର୍ଜିଂ ଷ୍ଟେସନ ନିର୍ମାଣ ପାଇଁ ଏସଓପି ଆଣିଲା ପରିବହନ ବିଭାଗ ।ସହରାଞ୍ଚଳରେ ଜମି ଚିହ୍ନଟ କରିବ ପୌର ପ୍ରଶାସନ। ସରକାରୀ ବିଲଡିଂ, ପାର୍କିଙ୍ଗ ହବ୍ ଏବଂ ବଜାରରେ ଜାଗା ଚିହ୍ନଟକୁ ମିଳିବ ପ୍ରାଥମିକତା। ସ୍ଥାନ ଚୟନ କରିବା ସମୟରେ, ସହର ଗୁଡ଼ିକ ପର୍ଯ୍ୟାପ୍ତ ଜମି/ସ୍ଥାନର ଉପଲବ୍ଧତା, ଜନସାଧାରଣଙ୍କ ପାଇଁ ସୁଗମତା, ବୈଦ୍ୟୁତିକ ସଂଯୋଗୀକରଣର ପ୍ରବେଶ ଏବଂ ସୁରକ୍ଷା ବ୍ୟବସ୍ଥା, ପାର୍କିଂ ସୁବିଧା ଏବଂ ଭବିଷ୍ୟତର ସମ୍ପ୍ରସାରଣ ସମ୍ଭାବନାକୁ ନିଶ୍ଚିତ କରାଯିବ।EV ଚାର୍ଜିଂ ଷ୍ଟେସନଗୁଡ଼ିକର ସ୍ଥାପନ, ପରିଚାଳନା ଏବଂ ରକ୍ଷଣାବେକ୍ଷଣ ପାଇଁ ମନୋନୀତ ଏଜେନ୍ସି ଚାର୍ଜିଂ ଭିତ୍ତିଭୂମି ସୁବିଧା ସ୍ଥାପନ, ପରିଚାଳନା ଏବଂ ରକ୍ଷଣାବେକ୍ଷଣ କରିବ । ସୁଚନା ମୁତାବକ ଜୁନ ମାସରୁ ସମସ୍ତ ସରକାରୀ ଗାଡି ବୈଦ୍ୟୁତିକ ଯାନ ବା ଇଭି କିଣିବା ପାଇଁ ରାଜ୍ୟ ସରକାର ବାଧ୍ୟତାମୂଳକ କରିଛନ୍ତି । ସେହିପରି ଏଣିକି ସମସ୍ତ ସରକାରୀ ଅଫିସରେ ଇଭି ଗାଡ଼ି ଭଡ଼ାରେ ବ୍ୟବହାର ବାଧ୍ୟତାମୂଳକ ହୋଇଛି । ବ୍ଲକ ଓ ତହସିଲ ଠୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ବ୍ୟବହାର ପାଇଁ ମାସିକ ଗାଡ଼ି ଭଡ଼ା ଧାର୍ଯ୍ୟ ହୋଇଛି । ଅର୍ଥ ବିଭାଗ ପକ୍ଷରୁ ଜାରି ଏହି ନିର୍ଦ୍ଦେଶନାମା ପିଛିଲା ଭାବେ ଜୁନ ୧ରୁ ସମଗ୍ର ରାଜ୍ୟରେ କାର୍ଯ୍ୟକାରୀ ହୋଇଛି ।

You might also like