ରାଜ୍ୟରେ ସାର ସଙ୍କଟ ନାହିଁ: ସମବାୟ ମନ୍ତ୍ରୀ

ରାଜ୍ୟ କାହାଣୀ ( ଭୁବନେଶ୍ଵର)ଖୁବ ଶୀଘ୍ର ସାର ଉତ୍ପାଦନ ସ୍ୱାଭାବିକ ହେବା ନେଇ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ସୂଚନା ଦେଇଛନ୍ତି । କଞ୍ଚାମାଲ ଯୋଗାଣ ଅଭାବରୁ ଇଫକୋର ସାର ଉତ୍ପାଦନ ବାଧାପ୍ରାପ୍ତ ହୋଇଛି । ଅଧିକ ଦିନ ଏଭଳି ଅବସ୍ଥା ରହିଲେ ସରକାର ବିକଳ୍ପ ବ୍ୟବସ୍ଥା କରିବେ । ଅଧିକାରୀମାନଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନିଆଯିବ । ରାଜ୍ୟରେ ଆବଶ୍ୟକୀୟ ପରିମାଣରେ ସାର ଅଛି, କିଛି ସମସ୍ୟା ନାହିଁ , ମାର୍କଫେଡରେ ୬୬ ହଜାର ୯୧୮ ମେଟ୍ରିକ ଟନ ସାର ମହଜୁଦ ଅଛି ।

You might also like