ରାଜ୍ୟରେ ତେଲର ଅଭାବ ନାହିଁ, ଗୁଜବ ଉପରେ ଗୁରୁତ୍ବ ଦିଅନ୍ତୁ ନାହିଁ : ମନ୍ତ୍ରୀ
ରାଜ୍ୟ କାହାଣୀ ( ଭୁବନେଶ୍ଵର)ରାଜ୍ୟରେ ତେଲର ଅଭାବ ନାହିଁ । ଆହୁରି ୧୩ ଦିନ ତେଲ ମହଜୁଦ ଅଛି। ପେଟ୍ରୋଲ ସଙ୍କଟ ନେଇ ପ୍ରିତିକ୍ରିୟା ରଖିଛନ୍ତି ଯୋଗାଣ ମନ୍ତ୍ରୀ ।ସାଧାରଣ ଲୋକ ଆତଙ୍କିତ ହୋଇ ପେଟ୍ରୋଲ ଡିଜେଲ କରୁଛନ୍ତି। ବୋତଲ, ଡବା ତେଲ ସଂରକ୍ଷଣ କରି ରଖୁଛନ୍ତି। ଆବଶ୍ୟକତାଠୁ ଅଧିକ ତେଲ କିଣୁଛନ୍ତି। ତେଣୁ ପେଟ୍ରୋଲ ପମ୍ପ ଭିଡ଼ ବଢ଼ୁଛି। ତେଣୁ ଆତଙ୍କିତ ହୋଇ ତେଲ ନକିଣିବାକୁ ପରାମର୍ଶ ଦେଲେ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର।ସେହିପରି ରାଜ୍ୟରେ ପର୍ଯ୍ୟାପ୍ତ ଅଛି ପେଟ୍ରୋଲ ଏବଂ ଡିଜେଲ । ପ୍ୟାନିକ ହୁଅନ୍ତୁ ନାହିଁ କିମ୍ବା ଭିଡ଼ କରନ୍ତୁ ନାହିଁ ବୋଲି କହିଛନ୍ତି IOCLର CGM କମଲ ସିଲ । କହିଛନ୍ତି , କୌଣସି ସ୍ଥାନରେ ପେଟ୍ରୋଲ କିମ୍ବା ଡିଜେଲର ଅଭାବ ନାହିଁ । ଅଧିକ ପେଟ୍ରୋଲ, ଡିଜେଲ କିଣି ମହଜୁଦ କରନ୍ତୁ ନାହିଁ । ଡିମାଣ୍ଡ ଅନୁସାରେ ସବୁ ଟାଙ୍କିକୁ ତେଲ ପହଞ୍ଚାଯିବ । ତେବେ ଗତ ଦୁଇ ଦିନରେ ୩୦ ପ୍ରତିଶତ ପେଟ୍ରୋଲ, ଡିଜେଲ ବିକ୍ରି ବଢି ଯାଇଥିବା କହିଛନ୍ତି କମଲ ସିଲ୍ ।ମନ୍ତ୍ରୀ କହିଛନ୍ତି ଯେ, ତୈଳ କଳାବଜାରୀ ରୋକିବାକୁ ଚଢ଼ାଉ ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆବଶ୍ୟକ ସ୍ଥଳରେ ଚଢ଼ାଉ କରି ତେଳ ଜବତ କରିବା ସହ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି।