ରାଜ୍ୟରେ ଜଳବନ୍ଦୀ ସ୍ଥିତି ଆଉ ୪-୫ ଦିନ ଲାଗି ରହିପାରେ: ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ୱର (ରାଜ୍ୟ କାହାଣୀ )ରାଜ୍ୟରେ ମଧ୍ୟମ ଧରଣର ବନ୍ୟା ଜାରି ରହିଛି। ବ୍ରାହ୍ମଣୀ ଓ ବୈତରଣୀରେ ବନ୍ୟା ସ୍ଥିତି ରହିଛି। ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଏହି ୨ ନଦୀ। ରାଜ୍ୟରେ ଜଳବନ୍ଦୀ ସ୍ଥିତି ଆଉ ୪-୫ ଦିନ ଲାଗି ରହିପାରେ। ବର୍ଷା କମିଥିବାରୁ ଯାଜପୁର, ଭଦ୍ରକରେ ନଦୀର ଜଳସ୍ତର କମୁଛି। ଏହି ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ। ସୁବର୍ଣ୍ଣରେଖା ଓ ଜଳକାରେ ବନ୍ୟା ସ୍ଥିତି ନାହିଁ। ବର୍ଷା ହେଲେ ବନ୍ୟା ସ୍ଥିତି ବିଗିଡିପାରେ କହିଲେ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି। ଅନ୍ୟପଟେ ଯାଜପୁର ଦଶରଥପୁରରେ ବନ୍ୟା ସ୍ଥିତି ଭୟାବହ ହୋଇଥିବା ବେଳେ ଆଜି ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବୋଟ୍‌ରେ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ସ୍ଥିତି ପରଖିଛନ୍ତି ମୁଖ୍ୟମନ୍ତ୍ରୀ । ତାଙ୍କ ସହ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏବଂ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ଉପସ୍ଥିତ ଥିଲେ ।

You might also like