ରାଜ୍ୟରେ ଅଣ୍ଡା ଦର ବୃଦ୍ଧି ! ସ୍ଥିତି ସ୍ୱାଭାବିକ ହେଲେ କମିବ: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ
ଭୁବନେଶ୍ୱର (ରାଜ୍ୟ କାହାଣୀ )ରାଜ୍ୟରେ ଅଣ୍ଡା ଦର ବୃଦ୍ଧି ପରେ ଏବେ ଧୀରେ ଧୀରେ ଦର କମିବ ବୋଲି କହିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ । ଓଡିଶାର ଅଣ୍ଡାର ଚାହିଦା ରହିଥିବା ସହ ରାଜ୍ୟରୁ ବାହାରକୁ ମଧ୍ୟ ଅଣ୍ଡା ଯାଉଥିବାରୁ ଦର ବଢିଥିବା ସେ କହିଛନ୍ତି । ବର୍ତ୍ତମାନ ରାଜ୍ୟରେ ପ୍ରତିଦିନ ପ୍ରାୟ ୧ କୋଟି ୨୫ ଲକ୍ଷ ଅଣ୍ଡା ଉତ୍ପାଦନ ହେଉଛି । ଏହାକୁ ବୃଦ୍ଧି କରି ଦୈନିକ ୨ କୋଟି ଅଣ୍ଡା ଉତ୍ପାଦନ କରିବା ସରକାରଙ୍କ ଲକ୍ଷ୍ୟ ରହିଛି । କୁକୁଡା ଚାଷ ପାଇଁ ସରକାରଙ୍କ ଲକ୍ଷ୍ୟ ରହିଛି । କୁକୁଡା ଚାଷ ପାଇଁ ସରକାର ବିଭିନ୍ନ ପ୍ରୋତ୍ସାହନ ଦେଉଥିବାରୁ ଆଗାମୀ ଦିନରେ ରାଜ୍ୟର ଅଣ୍ଡା ଉତ୍ପାଦନ ଆହୁରି ବଢିବ । ବନ୍ୟା ଯୋଗୁଁ କିଛି ଫାର୍ମ ପ୍ରଭାବିତ ଓ ନଷ୍ଟ ହୋଇଥିବାରୁ ଏହାର ପ୍ରଭାବ ମଧ୍ୟ ଦର ଉପରେ ପଡିଛି । ତେବେ ସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେବ ଏବଂ ଅଣ୍ଡା ଦର କମିବ । ବଡ ବଡ କମ୍ପାନୀ ଗ୍ରାମାଞ୍ଚଳରେ ଲୋକଙ୍କୁ ବିଭିନ୍ନ ସମୟରେ ଚିଆଁଠାରୁ ଦାନା ଯାଏଁ ଯୋଗାଇ କୁକୁଡା ଚାଷରେ ସହଯୋଗ କରୁଥିବା ମନ୍ତ୍ରୀ କହିଛନ୍ତି ।