ରାଜଧାନୀରେ ଫୁଟିଲା ଗୁଳି । ଫେସବୁକ ଲାଇଭରୁ ତୁମୂଳକାଣ୍ଡ
ଭୁବନେଶ୍ୱର (ରାଜ୍ୟ କାହାଣୀ )ରାଜଧାନୀ ଭୁବନେଶ୍ୱରର ଭରତପୁର ଥାନା ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଯାଇଛି।୨ ରାଉଣ୍ଡ ବ୍ଲାଙ୍କ ଫାୟାରିଂ ହୋଇଥିବା ସୂଚନା । ଗଣ୍ଡଗୋଳ ଓ ମାଡ଼ପିଟ ଯୋଗୁଁ ୫ ଜଣ ଗୁରୁତର ଆହତ ହୋଇଛନ୍ତି ।। ଗଣେଶ ପୂଜାର ବିସର୍ଜନ ଉତ୍ସବ, ଆଉ ନାଚଗୀତରେ ମସଗୁଲ ଥିଲେ ଶ୍ରଦ୍ଧାଳୁ। ହେଲେ ଏହି ଆନନ୍ଦର ମାହୋଲ କ୍ଷଣକ ମଧ୍ୟରେ ରଣକ୍ଷେତ୍ରରେ ପରିଣତ ହୋଇଯାଇଛି। ଫେସ୍ବୁକ୍ ଲାଇଭରେ ବିବାଦୀୟ ମନ୍ତବ୍ୟ ପରେ ଗୁଳିକାଣ୍ଡ ଘଟିଛି।ଖବର ଅନୁଯାୟୀ, ରବିବାର ଜଣେ ଯୁବକ ଫେସବୁକ ଲାଇଭ କରି ଏକ କେସ ସଂକ୍ରାନ୍ତରେ ଜାତିଆଣ ମନ୍ତବ୍ୟ ଦେଇଥିଲେ । ଯେଉଁ ଭିଡିଓ ଭାଇରାଲ ହେବା ପରେ ଅପରପକ୍ଷ ବିଳମ୍ବିତ ରାତିରେ ଉତ୍ତ୍ୟକ୍ତ ହେବା ସହ ଘାଟିକିଆରେ ଚାଲିଥିବା ଏକ ଗଣେଶ ପୂଜା ପେଣ୍ଡାଲ ନିକଟରେ ପହଞ୍ଚିଥିଲେ । ଗଣେଷ ବିସର୍ଜନ ଥିବାରୁ ଅନେକ ଯୁବକ ସେଠାରେ ଉପସ୍ଥିତ ଥିଲେ । ତେବେ ସେହି ଫେସବୁକ ଲାଇଭକୁ କେନ୍ଦ୍ର କରି ଦୁଇ ପକ୍ଷ ଭିତରେ ଗଣ୍ଡଗୋଳ ବଢ଼ିବାରେ ଲାଗିଥିଲା। ଏପରିକି ବାହାରୁ ଆସିଥିବା ଦୁର୍ବୁର୍ତ୍ତ ଦୁଇ ରାଉଣ୍ଡ ଫାଙ୍କା ଗୁଳିଚାଳନା କରିବା ସହ ମରଣାନ୍ତକ ଆକ୍ରମଣ ମଧ୍ୟ କରିଥିଲେ ।ଦୁଇ ପକ୍ଷର ଆକ୍ରମଣରେ ଆହତ ୫ ଯୁବକ ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ସିସିଟିଭି ଫୁଟେଜ ଆଧାରରେ ଦୁର୍ବୃତ୍ତଙ୍କୁ ଧରିବାକୁ ପୋଲିସ ଛାନ୍ଭିନ୍ ଚଳାଇଛି।