ରାଉ‌ରକେଲାରେ ପ୍ରୋଟୋକଲ ଭାଙ୍ଗିଲେ ରାଷ୍ଟ୍ରପତି

ଭୁବନେଶ୍ୱର (ରାଜ୍ୟକାହାଣୀ )ଓଡ଼ିଶାରେ ରାଷ୍ଟ୍ରପତି ଦୌପଦ୍ରୀ ମୁର୍ମୁ । ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ପ୍ରଥମ ଝାରସୁଗୁଡ଼ାରେ ଆସି ପହଞ୍ଚିଥିଲେ ରାଷ୍ଟ୍ରପତି । ଏହାପରେ ବାୟୁସେନାର ହେଲିକପ୍ଟର ଯୋଗେ ରାଉରକେଲାରେ ପହଞ୍ଚିଛନ୍ତି। ଏହାପରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ତେବେ ମହାମହିମ ରାଷ୍ଟ୍ରପତି ମୁଣ୍ଡଫଟା ଖରାକୁ ଖାତିର ନକରି ଜନସାଧାରଣଙ୍କ ଗହଳି ଭିତରେ କିଛି କ୍ଷଣ ବିତାଇଛନ୍ତି। ରାଜ୍ୟରେ ପ୍ରବଳ ଗ୍ରୀଷ୍ମଲହରୀ ଜାରି ଥିବା ବେଳେ ସେ ଯେତେବେଳେ ରାଉରକେଲାର ଏକ ରାଜରାସ୍ତାରେ ଯାଉଥିଲେ ଶୀତତାପ ନିୟନ୍ତ୍ରିତ କାର୍‌ରୁ ଓହ୍ଲାଇ ଜନସାଧାରଣଙ୍କୁ ଭେଟିଛନ୍ତି। ସାଧାରଣ ଜନତାଙ୍କ ଆଶାକୁ ଦ୍ବିଗୁଣିତ କରିଛନ୍ତି। ଜନସାଧାରଣଙ୍କୁ ସେ ନିରାଶ କରି ନାହାନ୍ତି। ଆଜି ଅପରାହ୍‌ଣରେ ଏହି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ରାଉରକେଲାର ଜନସାଧାରଣଙ୍କର ମୁହଁରେ ଗୋଟିଏ କଥା ଯେ, ଯାହା ହେଲେ ବି ସେ ଓଡ଼ିଆ ଝିଅ ତ… ଓଡ଼ିଶାର ଲୋକଙ୍କ ପାଇଁ ତାଙ୍କର ବିଶାଳ ଦୃଦୟ ରହିଛି। ସେ ପାନପୋଷ ସରକାରୀ କଲେଜ ପାର୍ଶ୍ଵ ରାଉରକେଲା ଜନଜାତି ସଂଗ୍ରହାଳୟ ଉଦ୍‌ଘାଟନୀ କାର୍ଯ୍ୟକ୍ରମସ୍ଥଳକୁ ଯିବାବେଳେ ହନୁମାନ ବଟିକା ଛକରେ ପ୍ରୋଟୋକଲ ଭାଙ୍ଗିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ | ତେବେ ରାଉରକେଲା ସଭାରେ ରାଷ୍ଟ୍ରପତି କହିଛନ୍ତି ଯେ, ଓଡ଼ିଶାର ସଂସ୍କୃତି ଓ ପରମ୍ପରା ମହାନ । ସୁନ୍ଦରଗଡ଼ର କଳା ସଂସ୍କୃତି ଓଡ଼ିଶାକୁ ପରିପୂର୍ଣ୍ଣ କରିଛି । ସୁନ୍ଦରଗଡ଼ କେବଳ ସଂସ୍କୃତି ପାଇଁ ସଂଗ୍ରାମ ପାଇଁ ବି ପରିଚିତ । ନିର୍ମଳ ମୁଣ୍ଡାଙ୍କ ସଂଗ୍ରାମ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ । ପରିବେଶ ପଥକୁ ନିର୍ମଳ ମୁଣ୍ଡାଙ୍କ ନାଁରେ ନାମିତ ଖୁସି କରିଛି । ହକିରେ ସୁନ୍ଦରଗଡ଼ ସାରା ଦେଶରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି । ଦିଲ୍ଲୀପ ତିର୍କୀ, ଲାଜରୁସ ବାର୍ଲାଙ୍କ ପରି ଖେଳାଳି ଗୌରବ ବଢ଼ାଇଛନ୍ତି । ଆଦିବାସୀଙ୍କ ବିକାଶ ପାଇଁ ସରକାର ଅନେକ ପଦକ୍ଷେପ ନେଉଛନ୍ତି । ଅଧିକରୁ ଅଧିକ ଏକଲବ୍ୟ ସ୍କୁଲମାନ ପ୍ରତିଷ୍ଠା କରାଯାଉଛି । ନିଜେ ଆଗକୁ ଯାଅ, ଅନ୍ୟମାନଙ୍କୁ ଆଗକୁ ଯିବାକୁ ଦିଅ ବୋଲି କହିଛନ୍ତି ରାଷ୍ଟ୍ରପତି ଦୌପଦ୍ରୀ ମୁର୍ମୁ ।

You might also like