‘ଯେଉଁ ମାନେ ଭୟ କରନ୍ତି, ସେମାନଙ୍କୁ ବୁଲା କୁକୁର କାମୁଡନ୍ତି’-ସୁପ୍ରିମକୋର୍ଟଙ୍କ ମନ୍ତବ୍ୟ…

ଦେଶରେ ବୁଲା କୁକୁରଙ୍କ ସଂଖ୍ୟା ନିୟନ୍ତ୍ରଣ ଓ ସାଧାରଣ ଲୋକଙ୍କ ସୁରକ୍ଷାକୁ ସୁପ୍ରିମକୋର୍ଟରେ ଶୁଣାଣି ଜାରି ରହିଛି। ଏହି ପ୍ରସଙ୍ଗରେ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟରେ ରୋଚକ ପରିସ୍ଥିତି ସୃଷ୍ଟି ହୋଇଛି। କୋର୍ଟ କହିଛନ୍ତି, ” କୁକୁର ମାନେ ସର୍ବଦା ସେମାନଙ୍କୁ ଚିହ୍ନିଥାନ୍ତି, ଯେଉଁମାନେ ତାଙ୍କୁ ଭୟ କରନ୍ତି। ଆଉ ଯେତେବେଳେ କୁକୁର ମଣିଷ ବିଷୟରେ ଏପରି ଅନୁଭବ କରେ, ସେତେବେଳେ କୁକୁର ପ୍ରଥମେ ସେମାନଙ୍କୁ ଆକ୍ରମଣ କରେ। ଆମେ ବ୍ୟକ୍ତିଗତ ଅଭିଜ୍ଞତାରୁ ଏହା କହୁଛୁ।” ଏହା ଶୁଣି କୁକୁର ପ୍ରେମୀ ମାନେ ମୁଣ୍ଡ ହଲାଇଥିଲେ, ଖଣ୍ଡପୀଠ ସେମାନଙ୍କୁ ମୁଣ୍ଡ ନହଲାଇବା କହିଥିଲେ। ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି କୁକୁର ମାନେ ଆପଣଙ୍କୁ ଭୟ କରୁଥିବା ଭାବରେ ଦେଖନ୍ତି, ତେବେ ସେମାନେ ଆକ୍ରମଣ କରିବାର ସମ୍ଭାବନା ଅଧିକ। ପୋଷା କୁକୁର ଏବଂ ବୁଲା କୁକୁର ମଧ୍ୟରେ ପାର୍ଥକ୍ୟ ବୁଝିବା ଆବଶ୍ୟକ। ବୁଲା କୁକୁର ମାନଙ୍କୁ ପୋଷା କୁକୁର ଭାବରେ ରଖାଯାଇପାରିବ, କିନ୍ତୁ ଏହା କୁକୁର ପ୍ରେମୀଙ୍କ ପାଇଁ ଏକ ସମସ୍ୟା।

ସେ କହିଥିଲେ ଯେ ମୁଖ୍ୟ ସମସ୍ୟା ହେଉଛି କୁକୁର ମାନେ ସେମାନଙ୍କ ଅଞ୍ଚଳ ପ୍ରତି ବହୁତ ସମ୍ବେଦନଶୀଳ ଏବଂ ପ୍ରତି ୨ଶହ-୩ଶହ ମିଟରରେ ସେମାନଙ୍କର ଅଞ୍ଚଳ ପରିବର୍ତ୍ତନ ହୁଏ।ଏହି ଶୁଣାଣି ସମୟରେ ବୁଲା କୁକୁରଙ୍କ ବନ୍ଧ୍ୟାକରଣ (ABC Rules) ପାଇଁ ବଜେଟ୍ ଏବଂ ଭିତ୍ତିଭୂମିର ଅଭାବ ଉପରେ ଆଇନଜୀବୀମାନେ ପ୍ରଶ୍ନ ଉଠାଇଥିଲେ। ବର୍ତ୍ତମାନ ଦେଶରେ ୫.୨ କୋଟି ବୁଲା କୁକୁର ଥିବାବେଳେ ମାତ୍ର ୬୬ଟି ସ୍ୱୀକୃତିପ୍ରାପ୍ତ ବନ୍ଧ୍ୟାକରଣ କେନ୍ଦ୍ର ରହିଛି। ଶିକ୍ଷାନୁଷ୍ଠାନ, ହସ୍ପିଟାଲ ଏବଂ ସାଧାରଣ ସ୍ଥାନରେ କୁକୁରଙ୍କ ଉପସ୍ଥିତି ଯୋଗୁଁ ଘଟୁଥିବା ଦୁର୍ଘଟଣା ଓ କାମୁଡ଼ା ଘଟଣା ଉପରେ କୋର୍ଟ ଗଭୀର ଚିନ୍ତା ପ୍ରକଟ କରିଛନ୍ତି।ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ସେ ସବୁ କୁକୁରଙ୍କୁ ରାସ୍ତାରୁ ହଟାଇବାକୁ ନିର୍ଦ୍ଦେଶ ଦେଇନାହାନ୍ତି, ବରଂ ନିୟମ ଅନୁଯାୟୀ ସେମାନଙ୍କର ପରିଚାଳନା କରିବାକୁ କହିଛନ୍ତି। କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ, ନିୟମ ଥାଇ ମଧ୍ୟ ଅନେକ ରାଜ୍ୟରେ ଏହାର ଉଲ୍ଲଂଘନ ହେଉଛି, ଯାହା ଫଳରେ ମଣିଷଙ୍କ ଜୀବନ ବିପଦରେ ପଡୁଛି।

You might also like