ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ୪ ପୁଲିସ-ଯବାନ ଗିରଫ

ଖାକିରେ ଦାଗର ଅଭିଯୋଗ । ଧାର୍ମିକ ସ୍ଥଳ ବୁଲାଇବା ନାଁରେ ହରିୟାଣାର ୨୩ ବର୍ଷୀୟା ଯୁବତୀଙ୍କୁ ଅମରୋହାର ଏକ ଫାର୍ମହାଉସରେ ଗଣଦୁଷ୍କର୍ମ ଅଭିଯୋଗ ।ଘଟଣାରେ ୨ ଜଣ CRPF ଯବାନ, ଜଣେ ପୋଲିସ ଓ ଜଣେ କନଷ୍ଟେବଳଙ୍କ ନାଁ ସାମ୍ନାକୁ ଆସିଛି । ଅଭିଯୋଗ ପରେ ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ହେପାଜତକୁ ନେଇଛି।ସୂଚନା ଅନୁଯାୟୀ, ଫତେହବାଦ ଅଞ୍ଚଳର ଯୁବତୀଙ୍କୁ ଅମରୋହାର ଧର୍ମପୀଠ ବୁଲାଇବା ପାଇଁ ଜଣେ ମହିଳା ପରିଚିତ ସିଆରପିଏଫ୍ ଇନ୍ସପେକ୍ଟର ମୋହିତଙ୍କ ସହ ପରିଚିତ କରାଇଥିଲେ । ସେପ୍ଟେମ୍ବର ୨୧ରେ ସେ ମୋହିତଙ୍କ ସହ ସୋନିପାତରୁ ବାହାରିଥିଲେ । ପରେ ମିରଟରେ ସିଆରପିଏଫ୍ ହେଡ୍ କନଷ୍ଟେବଳ ଲାଲାରାମ ଯାଦବ ସେମାନଙ୍କ ସହ ଯୋଗ ଦେଇଥିଲେ । ଅଭିଯୋଗ ଅନୁଯାୟୀ, ସେପ୍ଟେମ୍ବର ୨୨ ତାରିଖ ସନ୍ଧ୍ୟାରେ ଅତ୍ରାସୀ-ହସନପୁର ରୋଡ୍‌ର ଏକ ଫାର୍ମହାଉସରେ ଦୁଇଟି ରୁମ୍ ଭଡ଼ା ନିଆଯାଇଥିଲା । ସେଠାରେ ଉତ୍ତର ପ୍ରଦେଶ ପୁଲିସର ସବ୍-ଇନ୍ସପେକ୍ଟର ସଞ୍ଜୟ ତୋମାର ଓ ହେଡ୍ କନଷ୍ଟେବଳ ପ୍ରମୋଦ ମଧ୍ୟ ପହଞ୍ଚିଥିଲେ । ଯୁବତୀଙ୍କ ଅଭିଯୋଗ ଅନୁସାରେ, ମୋହିତ, ଲାଲାରାମ ଓ ସଞ୍ଜୟ ତୋମାର ତାଙ୍କୁ ଦୁଷ୍କର୍ମ କରିଥିଲେ । ପ୍ରମୋଦଙ୍କ ବିରୋଧରେ ମଧ୍ୟ ଦୁଷ୍କର୍ମ ଉଦ୍ୟମର ଅଭିଯୋଗ ହୋଇଛି ।

ପରେ ଯୁବତୀ ଅନଲାଇନରୁ ପୁଲିସ ହେଲ୍ପଲାଇନ୍ ନମ୍ବର ଖୋଜି ସହାୟତା ମାଗିଥିଲେ । ସୂଚନା ପାଇ ହସନପୁର ଓ ରଜବପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିବା ସହ ୪ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।

You might also like