ମେ’ ପହିଲାରୁ ଭିତରକନିକା ବନ୍ଦ, ବୁଲିପାରିବେନି ପର୍ଯ୍ୟଟକ

ରାଜ୍ୟକାହାଣୀ ( ଭୁବନେଶ୍ୱର )ଭିତରକନିକା ଜାତୀୟ ଉଦ୍ୟାନ ଆସନ୍ତା ମେ’ ପହିଲାରୁ ବନ୍ଦ ରହିବ ।ବଉଳା କୁମ୍ଭୀରଙ୍କ ପ୍ରଜନନ ଋତୁ ପାଇଁ ପ୍ରତିବର୍ଷ ମେ’ ୧ ତାରିଖରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ (୩ ମାସ) ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହେ । ଏହି ସମୟରେ କୁମ୍ଭୀରମାନେ ଅଣ୍ଡା ଦେଇଥାନ୍ତି, ତେଣୁ ସେମାନଙ୍କ ସୁରକ୍ଷା ଓ ପ୍ରଜନନ ପାଇଁ ଏହି କଟକଣା ଲାଗୁ କରାଯାଏ |କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକା ଜାତୀୟ ଉଦ୍ୟାନ ବଉଳା କୁମ୍ଭୀରଙ୍କ ପାଇଁ ପ୍ରସିଦ୍ଧ। ଅନେକ ପର୍ଯ୍ୟଟକ କୁମ୍ଭୀରଙ୍କୁ ଦେଖିବା ପାଇଁ ଏଠାକୁ ଆସିଥାନ୍ତି। ତେବେ ପ୍ରତିବର୍ଷ କୁମ୍ଭୀରଙ୍କ ଏହି ପ୍ରଜଜନ ଋତୁରେ ମେ ପହିଲାରୁ ୩ ମାସ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯାଇଥାଏ।

You might also like