ମେଟାର ବଡ଼ ଘୋଷଣା: ଇନଷ୍ଟାଗ୍ରାମ ଓ ହ୍ବାଟ୍ସଆପ୍ ପାଇଁ ଦେବାକୁ ପଡିବ ଚାର୍ଜେସ୍

Meta ଏକ ବଡ଼ ଘୋଷଣା କରିଛି । ଯାହାର ସିଧାସଳଖ ପ୍ରଭାବ ସୋସିଆଲ ମିଡିଆ ଆପ୍ସ ଏବଂ ମେସେଜିଂ ଆପ୍ସ ବ୍ୟବହାର କରିବା ଉପରେ ପଡିବ । କମ୍ପାନୀ ଏବେ ନିଜର ଏହି ଲୋକପ୍ରିୟ ଆପ ଗୁଡ଼ିକୁ କେବଳ ମାଗଣା ସେବା ମଧ୍ୟରେ ସୀମିତ ନରଖି ଏହାକୁ ଏକ ନୂଆ ରୂପ ଦେବାକୁ ଘୋଷଣା କରିଛି। ବର୍ତ୍ତମାନ ମୋବାଇଲ ରିଚାର୍ଜ ଭଳି ୟୁଜର୍ସଙ୍କୁ ଏହି ଆପ୍ସ ଚଲାଇବା ପାଇଁ ପ୍ରତି ମାସରେ ଟଙ୍କା ଦେବାକୁ ପଡ଼ିବ। ଏଥିପାଇଁ ମେଟା ପକ୍ଷରୁ ନୂଆ Plus ସବସ୍କ୍ରିପସନ ପ୍ଲାନ (Paid Subscription Plans) ଲଞ୍ଚ କରାଯାଇଛି।Metaର ନିଜର ରୋଜଗାର ବଢାଇବାକୁ ଏହି ପ୍ଲାନ୍ କରୁଛି । ଏବେ କମ୍ପାନୀ ରେଭେନ୍ୟୁ ପାଇଁ କେବଳ ଆଡଭର୍ଟାଇଜ୍ ଉପରେ ନିର୍ଭର କରେ ନାହିଁ ବୋଲି ସ୍ପଷ୍ଟ କରିଛି । କମ୍ପାନୀ ତାର ରେଭେନ୍ୟୁ ଜେନେରେଟ୍ ପାଇଁ ନିଜର ରାସ୍ତା ଖୋଜି ପାଇଛି । ଏଥିସହିତ ପ୍ରିମିୟମ୍ ଫିଚର୍ସ, ଭଲ ଏକ୍ସପିରିଏନ୍ସ ଏବଂ ଅଧିକ ଅଡିଏନ୍ସଙ୍କ ପାଇଁ ୟୁଜର୍ସ ପ୍ରତି ମାସରେ ଗୋଟିଏ ପେମେଣ୍ଟ କରନ୍ତୁ ବୋଲି କମ୍ପାନୀ ଚାହୁଁଛି ।ଏହି ଯୋଜନାରେ ଭାରତ ମଧ୍ୟ ସାମିଲ ରହିଛି। ଅର୍ଥାତ୍‌ ଆଗାମୀ ଦିନରେ ଆମର ସୋସିଆଲ ମିଡିଆ ବ୍ୟବହାର କରିବାର ଶୈଳୀ ସମ୍ପୂର୍ଣ୍ଣ ଭାବେ ବଦଳିଯିବ। କମ୍ପାନୀ କହିଛି ଯେ ଏହି ପ୍ଲାନ ଗୁଡ଼ିକ ମାଧ୍ୟମରେ ବ୍ୟବହାରକାରୀଙ୍କୁ ଅନେକ ଏକ୍ସକ୍ଲୁସିଭ ଫିଚର୍ସ, ଆଡଭାନ୍ସଡ ଟୁଲ୍ସ ଏବଂ ସର୍ବୋତ୍ତମ ପ୍ରିମିୟମ ଅନୁଭୂତି ମିଳିବ, ଯାହା ମାଗଣା ଭର୍ସନରେ ଉପଲବ୍ଧ ନାହିଁ।ପ୍ରତି ମାସରେ ଇନଷ୍ଟାଗ୍ରାମ୍ ପ୍ଲସ୍ ଏବଂ ଫେସବୁକ୍ ପ୍ଲସର ପ୍ରାଇସ୍ ୩.୯୯ ଡଲାର ଅର୍ଥାତ୍ ୩୮୭ ଟଙ୍କା । ସେହିପରି ହ୍ବାଟ୍ସଆପ ପ୍ଲସର ପ୍ରାଇସ୍ ୨.୯୯ ଡଲାର ଅର୍ଥାତ୍ ୨୯୦ ଟଙ୍କା ରହିଛି । Meta କିନ୍ତୁ ଏବେ ଭାରତ ପାଇଁ କୌଣସି ପ୍ରାଇସ୍ ଘୋଷଣା କରିନାହିଁ ।ରିପୋର୍ଟ ଅନୁଯାୟୀ, WhatsApp ପ୍ଲସ ବ୍ୟବହାର କରୁଥିବା ଗ୍ରାହକଙ୍କୁ ଚାଟିଂର ଏକ ପ୍ରିମିୟମ ଅନୁଭୂତି ମିଳିବ। ଏଥିରେ ପସନ୍ଦ ମୁତାବକ କଷ୍ଟମ ଥିମ ଏବଂ ୟୁନିକ ରିଙ୍ଗଟୋନ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି, ଏଥିରେ ପୂର୍ବ ଅପେକ୍ଷା ଅଧିକ ଚାଟ ପିନ (Pin) କରିବାର ବିକଳ୍ପ ମିଳିବ।ସେହିପରି ଇନଷ୍ଟାଗ୍ରାମ ପ୍ଲସ୍ ଏବଂ ଫେସବୁକ୍ ପ୍ଲସ୍ ସବସ୍କ୍ରାଇବର୍ ଅନେକ ୟୁନିକ ଫିଚର୍ସ ପାଇବେ। ଇନଷ୍ଟାଗ୍ରାମ ପ୍ଲସ୍ ୟୁଜର୍ସ ସେମାନଙ୍କ ଷ୍ଟୋରୀ କେତେ ଥର ଦେଖାଯାଇଛି ସହଜରେ ଦେଖିପାରିବେ । ୟୁଜର୍ସ କ୍ଲୋଜ୍ ଫ୍ରେଣ୍ଡସ୍ ଫିଚରରୁ ଅଧିକ ବଢିଅଲିମିଟେଡ୍ ଷ୍ଟୋରି ଅଡିଏନ୍ସ ଲିଷ୍ଟ ତିଆରି କରିପାରିବ ଏବଂ ବିନା ଭ୍ୟୁୟର୍ସ ଲିଷ୍ଟରେ ଦେଖାଯାଇଥିବା ଷ୍ଟୋରୀ ପ୍ରିଭ୍ୟୁ ମଧ୍ୟ ଦେଖିପାରିବେ ।

ଇନଷ୍ଟାଗ୍ରାମ ପ୍ଲସ୍ ୟୁଜର୍ସଙ୍କୁ ୨୪ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ସେମାନେ ସେମାନଙ୍କର ଷ୍ଟୋରୀ ଦେଖିବାର ଅପ୍ସନ ମିଳିବ । ଏହା ସହିତ ପ୍ରତି ସପ୍ତାହର ଗୋଟିଏ ଲେଖାଏଁ ଷ୍ଟୋରୀକୁ ସ୍ପଟ୍ଲାଇଟ୍ କରାଯାଇପାରିବ ।ଫଳରେ ଅଧିକ ଭିଜିବିଲିଟି ପାଇପାରିବେ ।

You might also like