ମୁମ୍ବାଇରେ ପହଲଗାମ୍ ଘଟଣାର ପୁନରାବୃତ୍ତି; ଧର୍ମ ପଚାରି କଲମା ପଢ଼ିବାକୁ କହି ଛୁରିରେ ମରଣାନ୍ତ ଆକ୍ରମଣ

ମୁମ୍ବାଇରେ ପହଲଗାମ୍ ଘଟଣାର ପୁନରାବୃତ୍ତି । ଧର୍ମ ପଚାରିଲା, କଲମା ପଢ଼ିବାକୁ କହିଲା ଓ ଏହାପରେ ଛୁରିରେ ଆକ୍ରମଣ କଲା । ମୁମ୍ବାଇର ମୀରା ରୋଡ୍ ନୟା ନଗର ଅଞ୍ଚଳରେ ଏହି ଘଟଣା ଘଟିଛି ।ଅଭିଯୁକ୍ତ ଜୈବ୍ ଜୁବେର ଅନସାରୀକୁ ପୋଲିସ ଗିରଫ କରିଛି । ମହାରାଷ୍ଟ୍ର ଆଣ୍ଟି-ଟେରରିଜିମ୍ ସ୍କ୍ୱାଡ୍ ଯୁବକଙ୍କୁ ଗିରଫ କରି ମୁମ୍ବାଇ ଏଟିଏସକୁ ହସ୍ତାନ୍ତର କରିଛି । ଏହାକୁ ଏକ ”ଲୋନ୍ ଉଲ୍ଫ” ଆତଙ୍କବାଦୀ ଆକ୍ରମଣ ବୋଲି ସନ୍ଦେହ କରୁଛି । ଗିରଫ ଯୁବକଙ୍କ ପାଖରୁ ଏକ ନୋଟ୍ ମିଳିଛି । ଏଥିରେ ଆଇଏସଆଇଏସ୍, ଲୋନ ଉଲ୍ଫ, ଜିହାଦ ଏବଂ ଗାଜା ଭଳି ଶବ୍ଦ ଲେଖାଯାଇଛି । ସୂଚନା ମୁତାବକ ରାଜକୁମାର ମିଶ୍ରା ଓ ସୁବ୍ରତ ରମେଶ ସେନ୍ ନାମକ ଦୁଇ ସୁରକ୍ଷାକର୍ମୀ ଡ୍ୟୁଟିରେ ଥିବା ବେଳେ ସେଠାରେ ଜୁବେର ଅନସାରୀ ନାମକ ଯୁବକ ପହଞ୍ଚି ସେମାନଙ୍କୁ ନାଁ ଓ ଧର୍ମ ପଚାରିବା ସହିତ କଲମା ପଢ଼ିବାକୁ କହିଥିଲା । ରାଜକୁମାର ଓ ସୁବ୍ରତ କଲମା ପଢ଼ିବାକୁ ମନା କରିଥିଲେ ।ଏହାପରେ ସେମାନଙ୍କୁ ଅନସାରୀ ଛୁରିରେ ଆକ୍ରମଣ କରିଥିଲା । ଆକ୍ରମଣରେ ଦୁଇଜଣ ସପରକ୍ଷାକର୍ମୀ ଗୁରୁତର ଆହତ ହୋଇଛନ୍ତି । ଉଭୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

You might also like