ମାଆଙ୍କୁ ବି ଛାଡିଲେନି ଲୁଟେରା । ନୟାଗଡ଼ର ମାଆ ବୈଷ୍ଣୋଦେବୀଙ୍କ ମନ୍ଦିରରୁ ଲୁଟ୍
ନୟାଗଡ଼ ଜିଲ୍ଲା ଜାମୁକୋଣଠାରେ ଥିବା ମାଆ ବୈଷ୍ଣୋଦେବୀଙ୍କ ମନ୍ଦିରରୁ ଚୋରି ହୋଇଛି। ମନ୍ଦିର ଫାଟକର ତାଲା ଭାଙ୍ଗି ମାଆ ଙ୍କର ସୁନା ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ । ପ୍ରାୟ ୪୦ ଲକ୍ଷ ଟଙ୍କା ମୂଲ୍ୟର ସୁନା ଗହଣା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।ସୁରକ୍ଷା କର୍ମୀ ଥିବା ସତ୍ତ୍ୱେ ଚକମା ଦେଇ ଚୋରି ହୋଇଛି । ସୂଚନା ଅନୁସାରେ ଗତକାଲି ପ୍ରବଳ ପବନ ଓ ବର୍ଷା ବେଳେ ଦୀର୍ଘ ଘଣ୍ଟା ଧରି ଲାଇନ କଟିଯାଇଥିଲା ଫଳରେ ସିସିଟିଭିଟି ବନ୍ଦ ରହିଥିଲା । ତାହାର ସୁଯୋଗ ନେଇ ଚୋର ମାନେ ମନ୍ଦିର କବାଟ ତାଡି ତାଲା ଭାଙ୍ଗିଥିଲେ । ସକାଳୁ ମନ୍ଦିର କମିଟି ଦେଖି ସରଣକୁଳ ଥାନାକୁ ଖବର ଦେଇଥିଲେ । ସରଣକୁଳ ଥାନା ପୋଲିସ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ଆଣି ତଦନ୍ତ ଚଳାଇଛନ୍ତି । ମନ୍ଦିରରେ ନିୟୋଜିତ ହୋଇଥିବା କର୍ମଚାରୀଙ୍କୁ ବି ପୋଲିସ ତଦନ୍ତ ପରିସରକୁ ନେଇଛି ।