ମହାପ୍ରଭୁଙ୍କ ରତ୍ନଭଣ୍ଡାର ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଭୁବନେଶ୍ୱର (ରାଜ୍ୟକାହାଣୀ )ମହାପ୍ରଭୁଙ୍କ ରତ୍ନଭଣ୍ଡାର ସଂପୂର୍ଣ୍ଣ ସୁରକ୍ଷିତ ରହିଛି । ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି ଜାରି ରହିଛି । । ଭିତର ରତ୍ନଭଣ୍ଡାରରେ ରହିଛି ପ୍ରାୟ ୫୯୮ ପ୍ରକାର ଅଳଙ୍କାର । ୧୯୭୮ ମସିହାରେ ପ୍ରସ୍ତୁତ ହୋଇଥିବା ରତ୍ନ ଅଳଙ୍କାର ସହ ହୋଇଛି ମେଳକ ପ୍ରକ୍ରିୟା । ଭିତର ଭଣ୍ଡାରରେ ଏପର୍ଯ୍ୟନ୍ତ ସମସ୍ତ ମେଳକ ଶତ ପ୍ରତିଶତ ସ୍ୱଚ୍ଛ ଓ ନିରବଚ୍ଛିନ୍ନ ହୋଇଛି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ। ୧୯୭୮ରେ ଶେଷଥର ଗଣତିମଣତି ହୋଇଥିଲା। ବର୍ତ୍ତମାନ ସୁଦ୍ଧା ଗଣତିମଣତିରେ ତାହାର ମେଳ କରାଯାଉଛି ଓ ଏଥିରେ କିଛି ବ୍ୟତିକ୍ରମ ଦେଖାଦେଇନାହିଁ।ଏବେ ଭିତର ରତ୍ନଭଣ୍ଡାରର ଗଣତି ପ୍ରକ୍ରିୟା ମଧ୍ୟ ସୁଚାରୁରୂପେ ଅଗ୍ରସର ହେଉଛି । ସମଗ୍ର ପ୍ରକ୍ରିୟା ସହିତ ଅଳଙ୍କାର ମାନଙ୍କର ଫଟୋଗ୍ରାଫି, ଭିଡିଓଗ୍ରାଫି ଓ 3D ମ୍ୟାପିଙ୍ଗ ମଧ୍ୟ କରାଯାଉଛି । ଏପ୍ରିଲ ୧୩ରୁ ଆରମ୍ଭ ହୋଇଥିବା ଭିତର ରତ୍ନଭଣ୍ଡାର ଅଳଙ୍କାର କେବଳ ଗଣତି କରାଯାଉଛି। ବାହାର ଚନ୍ଦନ ଯାତ୍ରା ପାଇଁ ଗଣତି ବନ୍ଦ ରହିଛି । ଯାତ୍ରା କରିବା ପରେ ପୁଣି ଥରେ ଭିତର ରତ୍ନଭଣ୍ଡାରର ବଳକା ଅଳଙ୍କାର ଗଣତି କରାଯିବ ବୋଲି ସୂଚନା ମିଳିଛି।

You might also like