ମହାନଦୀ ଜଳ ବିବାଦ; ଆଜି ଟ୍ରିବ୍ୟୁନାଲରେ ଶୁଣାଣି

ରାଜ୍ୟ କାହାଣୀ (ଭୁବନେଶ୍ୱର )ମହାନଦୀ ଜଳ ବିବାଦକୁ ନେଇ ଶନିବାର ଟ୍ରିବ୍ୟୁନାଲର ଶୁଣାଣି ହେବ । ଛତିଶଗଡ଼ ଏବଂ ଓଡ଼ିଶା ମଧ୍ୟରେ ମହାନଦୀ ଜଳକୁ ନେଇ ଯେଉଁ ବିବାଦ ରହିଛି, ତାହା ଉପରେ ଟ୍ରିବ୍ୟୁନାଲ କି ନିଷ୍ପତ୍ତି ନେବେ, ତାହା ଉପରେ ଓଡ଼ିଶା ସରକାରଙ୍କ ନଜର ରହିଛି ।ଟ୍ରିପଲ ଇଞ୍ଜିନ ସରକାର ଥିବାରୁ ଏହି ଶୁଣାଣିରୁ କିଛି ନିଷ୍କର୍ଷ ବାହାରିବ ବୋଲି ଆଶା କରାଯାଉଛି । ଶୁଣାଣି ପୂର୍ବରୁ ବିଶେଷଜ୍ଞଙ୍କଠାରୁ ଆରମ୍ଭ କରି ବୁଦ୍ଧିଜୀବୀ, ସାମାଜିକ ସଂଗଠନ ଓ ବିଭିନ୍ନ ଦଳର ନେତା ଏକାଠି ହୋଇ ବିବାଦର ଆପୋଷ ସମାଧାନ ନେଇ ଆଲୋଚନା କରିଛନ୍ତି ।

You might also like