ମହାନଦୀ ଜଳ ବିବାଦର ସମାଧାନ ନେଇ ଓଡ଼ିଶା-ଛତିଶଗଡ଼ ମଧ୍ୟରେ ଆଲୋଚନା ଜାରି। ଅନ୍ୟପଟେ ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀ 

ମହାନଦୀକୁ ନେଇ ଓଡ଼ିଶା-ଛତିଶଗଡ଼ ମଧ୍ୟରେ ଚାଲିଥିବା ଜଳ ବିବାଦ ଭିତରେ ଏବେ ଆସିଛି ଆଲୋଚନା ଓ ସମାଧାନର ଆଶା। ଛତିଶଗଡ଼ର ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ସହ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏଙ୍କ ଭେଟଘାଟରେ ଉଠିଛି ମହାନଦୀ ପ୍ରସଙ୍ଗ। ମହାନଦୀ ଜଳ ବିବାଦର ସମାଧାନ ନେଇ ହୋଇଛି ଆଲୋଚନା। ଆଉ ଏହାରି ଭିତରେ ମିଳିଛି ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଭରସା। ମହାନଦୀ ଜଳ ବିବାଦର ନିଶ୍ଚୟ ସମାଧାନ ହେବ ବୋଲି ବିଷ୍ଣୁ ଦେଓ ସାଏ ଆଶ୍ୱାସନ ଦେଇଥିବା କହିଛନ୍ତି ବିଶ୍ୱଭୂଷଣ ହରିଚନ୍ଦନ। ତେବେ ଏହି ଭେଟଘାଟ ପରେ ମହାନଦୀ ବିବାଦର ସମାଧାନ ନେଇ ଆଶା ବଢ଼ିଛି। ଅନ୍ୟପଟେ  ମହାନଦୀ ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରିଛି ବିରୋଧୀ । ବର୍ତ୍ତମାନ ଟ୍ରିପିଲ ଇଞ୍ଜିନ ସରକାର କହି କଟାକ୍ଷ କଲେ ପ୍ରମିଳା ମଲିକ। ତେବେ ଆନ୍ତରିକତା ଥିଲେ ଗୋଟିଏ କିମ୍ବା ଦୁଇ ଦିନରେ ଏହା ସମାଧାନ ହୁଅନ୍ତା । ମିଛରେ ଆଲୋଚନା ଚାଲିଛି, ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି, ଲୋକଙ୍କ ସ୍ୱାର୍ଥରେ କିଛି ନିଷ୍ପତ୍ତି ହୋଇନି କହିଲେ ବିଧାୟକ ଅଶୋକ ଦାସ । ମହାନଦୀ ପ୍ରସଙ୍ଗ କେବଳ ବୈଠକ ବସୁଛି, ମାତ୍ର ସମାଧାନ ନାହିଁ । ଏହାକୁ ଆମେ ବିଧାନସଭାରେ ଉଠାଇବୁ କହିଲେ ବିଧାୟକ ଅଶୋକ ଦାସ ।

You might also like