ଭୟଙ୍କର ବିମାନ ଦୁର୍ଘଟଣା । ରନ ଓ୍ୱେରେ ହିଁ ହୁତୁହୁତୁ ହୋଇ ଜଳିଗଲା କାର୍ଗୋ ବିମାନ
ଆମେରିକାର ମିଆମିରେ ଭୟଙ୍କର ବିମାନ ଦୁର୍ଘଟଣା ।ରନୱେରୁ ବାହାରିଗଲା କାର୍ଗୋ ବିମାନ । ଆମାଜନ ପ୍ରାଇମ ଏୟାରର କାର୍ଗୋ ବିମାନ ରନୱେରୁ ବାହାରକୁ ଚାଲିଯିବା ଫଳରେ ୫ ଜଣଙ୍କ ମୃତ୍ୟୁ ଏବଂ ୫ ଜଣ ଆହତ ହୋଇଛନ୍ତି । ଦୁର୍ଘଟଣାରେ 21 Air Flight 7598 ନାମକ ୩୨ ବର୍ଷ ପୁରୁଣା ବୋଇଂ ମାଲବାହୀ ବିମାନ ସାମିଲ ଥିଲା । ବିମାନଟି ଲୁଇସ୍ ମୁନୋଜ୍ ମାରିନ୍ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ ଭରିଥିଲା । ରନୱେ ୩୦ରେ ଅବତରଣ କରିବା ସମୟରେ ବିମାନଟି ଅଟକି ପାରିନଥିଲା । ବିମାନବନ୍ଦରର ସୀମା ପାର ହୋଇ ନିକଟସ୍ଥ ଏକ ରାସ୍ତା ଏବଂ ପାର୍କିଂ ଭିତରକୁ ପଶିଯାଇଥିଲା । ସେଠାରେ ଅନେକ ଗାଡ଼ିକୁ ଧକ୍କା ଦେବା ସହ ଏଥିରେ ନିଆଁ ଲାଗିଯାଇଥିଲା ।ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ବିମାନଟି ରନ୍ ଓ୍ୱେରୁ ଆଗକୁ ଚାଲିଯାଇଥିଲା । ଫଳରେ ଏହା କ୍ରାଶ୍ ହୋଇଥିଲା । ବିମାନଟି ସେଠାରେ ଥିବା ଅନେକ ଗାଡିକୁ ମଧ୍ୟ ଧକ୍କା ଦେଇଥିଲା । ଘଟଣା ପରେ ବିମନବନ୍ଦରକୁ ବନ୍ଦ କରି ଦିଆଯାଇଛି । ଉଡାଣ ଏବଂ ଅବତରଣ ଉପରେ ରୋକ୍ ଲାଗିଛି ।ଖବର ପାଇ ପୋଲିସ ଏବଂ ଦମକଳ ବାହିନୀ ଘଟଣାସ୍ଥଳରେ ପହଁଚିଥିଲେ । କିନ୍ତୁ କେଉଁ କାରଣରୁ ବିମାନଟି ଆଗକୁ ଚାଲି ଯାଇଥିଲା ତାହା ଜଣା ପଡି ନାହିଁ । ଅଧିକାରୀଙ୍କ କହିବାନୁସାରେ, ରବିବାର ସ୍ଥାନୀୟ ସମୟ ୨ଟାରେ ବିମାନଟି କ୍ରାଶ୍ କରିଛି । ଏହା ତିନି ନମ୍ବର ରନ୍ ଓ୍ୱେକୁ ଅତିକ୍ରମ କରି ଅଟକି ଯାଇଥିଲା । ଫଳରେ ନିଆଁ ଲାଗିଯାଇଥିଲା ।