ଭୋଟର ଲିଷ୍ଟରୁ କାହିଁକି କଟିଲା ରାଘବ ଚଢାଙ୍କ ନାଁ, ଏହା ପଛର କାରଣ ଖୋଲି କହିଲେ
ପଞ୍ଜାବ ରାଜନୀତିରେ ପୁଣି ହଲଚଲ । ରାଜ୍ୟସଭା ସାଂସଦ ରାଘବ ଚଢ଼ାଙ୍କ ନାଁ ପଞ୍ଜାବର ଡ୍ରାଫ୍ଟ ଭୋଟର ତାଲିକାରୁ ବାଦ୍ ପଡ଼ିଛି। ନିର୍ବାଚନ କମିଶନଙ୍କ ସ୍ପେଶାଲ୍ ଇଣ୍ଟେନ୍ସିଭ୍ ରିଭିଜନ୍ ବା SIR ପ୍ରକ୍ରିୟାରେ ତାଙ୍କ ନାଁକୁ ‘Permanently Shifted’ ବା ସ୍ଥାୟୀ ଭାବେ ଅନ୍ୟତ୍ର ସ୍ଥାନାନ୍ତରିତ ବୋଲି ଦର୍ଶାଯାଇଛି । ଆଉ ଏହାକୁ ନେଇ ବଡ଼ ଅଭିଯୋଗ ଆଣିଛନ୍ତି ରାଘବ ଚଢ଼ା ।ଭୋଟର ଲିଷ୍ଟରୁ ତାଙ୍କ ନାଁ ହଟିବା ନେଇ ସେ ଅସନ୍ତୋଷ ପ୍ରକାଶ କରି ପଞ୍ଜାବର ଆମ ଆଦମୀ ପାର୍ଟି (AAP) ସରକାର ଉପରେ ରାଜନୈତିକ ପ୍ରତିଶୋଧର ଅଭିଯୋଗ ଲଗାଇଛନ୍ତି।ଅନ୍ୟପକ୍ଷରେ, ମୋହାଲିର ଭୋଟର ତାଲିକାରେ ରାଘବଙ୍କ ନାଁ ୱାର୍ଡ ନମ୍ବର ୪୪ର ସିରିଏଲ ନମ୍ବର ୨୫୩ରେ ରେଜେନ୍ସି ହାଇଟ୍ସ, ମୋହାଲି ଠିକଣାରେ ପଞ୍ଜିକୃତ ଥିବା କୁହାଯାଇଛି। ୧ ଜୁନ ୨୦୨୪ରେ ସେ ମୋହାଲିର ଲଖନୌର ଭୋଟିଂ ସେଣ୍ଟରରେ ଆନନ୍ଦପୁର ସାହିବ ଲୋକ ସଭା ଆସନ ପାଇଁ ଭୋଟ ଦେଇଥିବା ମଧ୍ୟ କୁହାଯାଇଛି।
ରାଘବଙ୍କ ଅଭିଯୋଗ ହେଉଛି, ସେ ପଞ୍ଜାବର ବର୍ତ୍ତମାନର ରାଜ୍ୟ ସଭା ସାଂସଦ ଏବଂ ତାଙ୍କ ଭୋଟର ଆଇଡି ମୋହାଲିରେ ପଞ୍ଜିକୃତ ଥିବା ସତ୍ତ୍ୱେ ଡ୍ରାଫ୍ଟ ତାଲିକାରେ ତାଙ୍କୁ ‘ଶିଫ୍ଟେଡ’ ଭାବେ ଦର୍ଶାଯାଇଛି। ସେ ଏହାକୁ କେବଳ କ୍ଲର୍କଙ୍କ ଭୁଲ ବୋଲି ମାନିବାକୁ ରାଜି ନୁହନ୍ତି। ତାଙ୍କ ଦାବି ଅନୁସାରେ, ଏହା ରାଜନୈତିକ ପ୍ରତିଶୋଧର ଏକ ଅଂଶ।