ଭୁବନେଶ୍ୱର କୋର୍ଟକୁ ବୋମା ଧମକ 

ଭୁବନେଶ୍ୱର କୋର୍ଟକୁ  ବୋମା ଧମକ କଲ । ବୋମା ଧମକ ମିଳିବା ପରେ କୋର୍ଟ ଭିତରୁ କାମ ଛାଡି ଭୟରେ ସମସ୍ତେ ବାହାରକୁ ବାହାରିଛନ୍ତି। ଏଥିସହିତ କୋର୍ଟ ପରିସରରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।ଘଟଣାସ୍ଥଳରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ପହଞ୍ଚିଛନ୍ତି ବୋମା ନିଷ୍କ୍ରିୟକାରୀ ଦଳ। ବିଭିନ୍ନ ସ୍ଥାନରେ ଛାନଭିନ କରାଯାଉଛି।ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ଭୁବନେଶ୍ବର କୋର୍ଯକୁ ସମାନ ଧମକ ମିଳିସାରିଛି। କିନ୍ତୁ ତଲାସି ବେଳେ କିଛି ମିଳିନଥାଏ। ବରଂ ଗୁଜବ ବୋଲି ଜଣାପଡ଼ିଥାଏ। ତେବେ ଧମକ କଲ ମିଛ ନା ସତ ତାହାର ମଧ୍ୟ ସତ୍ୟାସତ୍ୟ ଯାଞ୍ଚ କରୁଛି ପୋଲିସ ।

You might also like