ଭୁବନେଶ୍ୱରରେ ପହଞ୍ଚିଲେ କଙ୍ଗନା ରାଣାୱତ୍ ! ମୁଖ୍ୟମନ୍ତ୍ରୀଙ୍କ ସହ ଦେଖିବେ …

ଭୁବନେଶ୍ୱର (ରାଜ୍ୟକାହାଣୀ )ବଲିଉଡ୍ ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରାଣାୱତ୍ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଏୟାରପୋର୍ଟରେ ପହଞ୍ଚିବା ପରେ ସେ ସିଧାସଳଖ ଏକ ଘରୋଇ ହୋଟେଲକୁ ଯାଇଥିଲେ । ନିଜ ଫିଲ୍ମ ଭାରତ ଭାଗ୍ୟ ବିଧାତାର ପ୍ରିମିୟର ପାଇଁ ସେ ଓଡ଼ିଶା ଆସିଥିବା ଜଣାପଡ଼ିଛି। ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ସେ ପ୍ରିମିୟର ଶୋ’ ଦେଖିବେ। ଭୁବନେଶ୍ୱରରେ ପହଞ୍ଚିବା ପରେ ବିମାନ ବନ୍ଦରରେ ଗଛ ଲଗାଇ ‘ଏକ ପେଡ ମା’ କେ ନାମ’ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।କଙ୍ଗନାଙ୍କ ଓଡ଼ିଶା ଗସ୍ତକୁ ନେଇ ଫ୍ୟାନ୍‌ମାନେ ଓ ସିନେମା ପ୍ରେମୀଙ୍କ ମଧ୍ୟରେ ଆଗ୍ରହ ଆହୁରି ବଢ଼ିଛି ।

You might also like