ଭିଜିଲାନ୍ସ ଜାଲରେ ପରିବହନ ବିଭାଗ ଟ୍ରାଫିକ ଇନସ୍ପେକ୍ଟର

ସୁନ୍ଦରଗଡ଼ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (RTO)ର ଟ୍ରାଫିକ୍ ଇନ୍ସପେକ୍ଟରଙ୍କୁ ଧରିଛି ଓଡ଼ିଶା ଭିଜିଲାନ୍ସ ।୨୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଧରିଲା ଭିଜିଲାନ୍ସ। ଗାଡି ଚାଲାଣ ପାସ କରିଦେବାକୁ ନେଉଥିଲେ ଲାଞ୍ଚ । କାର୍ଯ୍ୟାଳୟ ଓ ସୁନ୍ଦରଗଡ଼ ସ୍ଥିତ ବାସ ଭବନରେ ଚଢ଼ାଉ ।ମିଳିଥିବା ସୂଚନା ଅନୁଯାୟୀ, ଅଭିଯୋଗକାରୀ (ଟ୍ରକ୍ ମାଲିକ)ଙ୍କର ଦୁଇଟି ହାଇୱା ଟ୍ରକ୍ ରହିଛି। ଗତ ଦୁଇ ମାସ ଧରି ନିଜ ଅଞ୍ଚଳରେ କୌଣସି ବାଧାବିଘ୍ନ ନକରି ଗାଡ଼ି ଚଳାଇଦେବା ପାଇଁ ଅଭିଯୁକ୍ତ ଟ୍ରାଫିକ୍ ଇନସ୍ପେକ୍ଟର ମିଶ୍ର ଟ୍ରକ୍ ମାଲିକଙ୍କୁ ମାସିକିଆ ବଟି ବାବଦକୁ ୨୦,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ। ଟଙ୍କା ନଦେଲେ ଗାଡ଼ି ଚଳାଚଳରେ ବାଧା ସୃଷ୍ଟି କରାଯିବ ବୋଲି ସେ ଧମକ ଦେଇଥିଲେ। ଲାଞ୍ଚ ଦେବାକୁ ଅସମର୍ଥ ହେବାରୁ ସମ୍ପୃକ୍ତ ଟ୍ରକ୍ ମାଲିକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ।ଅଭିଯୋଗ ଆଧାରରେ ଭିଜିଲାନ୍ସ ଏକ ଯୋଜନାବଦ୍ଧ ଚଢ଼ାଉ କରି ମୁକେଶ କୁମାର ମିଶ୍ରଙ୍କୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଛି । ଏହି ଘଟଣା ଏବେ ସୁନ୍ଦରଗଡ଼ରେ ଚର୍ଚ୍ଚାର ବିଷୟ ହୋଇଛି।

You might also like