ଭାରତୀୟ ଚାଷୀଙ୍କୁ ରୁଷର ବଡ଼ ଉପହାର

ଆଜି ଶନିବାର ଦିଲ୍ଲୀରେ ବ୍ରିକ୍ସ ସମ୍ମିଳନୀ ଆରମ୍ଭ ହୋଇଛି। ଆୟୋଜକ ଭାରତ ବ୍ୟତୀତ, ରୁଷ, ଚୀନ୍ ଏବଂ ବ୍ରାଜିଲ ସମେତ ଅନେକ ଦେଶର ନେତାମାନେ ମଧ୍ୟ ଏହି ସମ୍ମିଳନୀରେ ଯୋଗ ଦେଉଛନ୍ତି। ଏହାରି ଭିତରେ ଋଷକୁ ନେଇ ଏକ ବଡ଼ ଖବର ସାମ୍ମାକୁ ଆସିଛି। କୁହାଯାଉଛି ପିଏମ୍ ମୋଦିଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି ପୁଟିନ୍। ବିଶେଷକରି ନିକଟରେ ପଶ୍ଚିମ ଏସିଆରେ ସଙ୍କଟ ସମୟରେ, ରୁଷ ତେଲ ହେଉ କିମ୍ବା ସାର, ପ୍ରତ୍ୟେକ କ୍ଷେତ୍ରରେ ଭାରତକୁ ପୂର୍ଣ୍ଣ ସମର୍ଥନ କରିଥିଲା। ଏହା ବ୍ୟତୀତ, ରୁଷ ଏବେ ଭାରତକୁ ସାର ଯୋଗାଣ ଆହୁରି ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ରୁଷ ସାର ଉତ୍ପାଦକ ସଂଘର ସଭାପତି ଆଣ୍ଡ୍ରେ ଗୁରେଭ କହିଛନ୍ତି ଯେ ରୁଷ ଭାରତକୁ ସାର ଯୋଗାଣ ବୃଦ୍ଧି କରିଛି।ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଯୋଗାଣ ଜାରି ରଖିବାର ଆଶ୍ୱାସନା ଦେଇଥିଲେ, ଯାହା ପରେ ଚଳିତ ବର୍ଷର ପ୍ରଥମ୬ ମାସରେ ଭାରତକୁ ୨.୮ ନିୟୁତ ଟନ୍ ପଠାଯାଇଛି। ବ୍ରିକ୍ସ ବ୍ୟବସାୟ ପରିଷଦର ରୁଷିଆ ଶାଖାର ମୁଖ୍ୟ ଥିବା ଗୁରୟେଭ ଶୁକ୍ରବାର ଦିଲ୍ଲୀ ବ୍ରିକ୍ସ ବ୍ୟବସାୟ ଫୋରମରେ କହିଥିଲେ ଯେ କାଜାନରେ ୨୦୨୪ ବ୍ରିକ୍ସ ଶିଖର ସମ୍ମିଳନୀରେ ରାଷ୍ଟ୍ରପତି ପୁଟିନ ଶିଳ୍ପକୁ ନିର୍ଦ୍ଦେଶ ଦେଇଥିଲେ ଯେ ଭାରତୀୟ ଚାଷୀଙ୍କ ରୁଷିଆ ସାରର ଚାହିଦା ପୂରଣ ହେଉ।

You might also like