ବିମାନ ବାତିଲକୁ ନେଇ ହଙ୍ଗାମା, ଭଙ୍ଗାରୁଜା କଲେ ମହିଳା ଯାତ୍ରୀ

ଭୁବନେଶ୍ୱର (ରାଜ୍ୟ କାହାଣୀ )ଭୁବନେଶ୍ୱର ବିମାନବନ୍ଦରରେ ମହିଳାଙ୍କ ଯାତ୍ରୀଙ୍କ ଅସନ୍ତୋଷ। ଇଣ୍ଡିଗୋ ବିମାନ ବିଳମ୍ବ ଓ ବାତିଲକୁ ନେଇ ଅସନ୍ତୋଷ ଝାଡ଼ିଲେ ମହିଳା ଯାତ୍ରୀ।ସକାଳୁ ସକାଳୁ ବିମାନବନ୍ଦରରେ ଏଭଳି ହାଇଡ୍ରାମା ଦେଖିବାକୁ ମିଳିଛି। କଲିକତାକୁ ଉଡାଣ ଭରିବାକୁ ଥିବା ବିମାନ ୩ଘଣ୍ଟା ବିଳମ୍ବ ହେବା ପରେ ଏହାକୁ ବାତିଲ୍ କରାଯାଇଥିଲା । ଯାହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ହୋହଲ୍ଲା କରିଥିଲେ ଯାତ୍ରୀ । ଆସବାବପତ୍ର ଭାଙ୍ଗିବା ସହ ଅଧିକାରୀଙ୍କ ସହ ଯୁକ୍ତିତର୍କ କଲେ କ୍ଷୁବ୍ଧ ଯାତ୍ରୀ। ଏହି ସବୁ ଘଟଣା ଘଟିଛି ଗୁରୁବାର ରାତିରେ। ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସେପଟେ ବିମାନଟି ବାତିଲ ହେବା ପରେ ଅନ୍ୟ କନେକଟିଂ ବିମାନ ଯୋଗେ ଯାତ୍ରୀମାନେ କୋଲକାତା ଅଭିମୁଖେ ଯାଇଥିଲେ।

You might also like