ବାଚସ୍ପତିଙ୍କୁ ଭେଟିବେ ବିଜେଡିର ସମସ୍ତ ବିଧାୟକ, ନିଲମ୍ବିତ ୮ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ କରିବେ ଦାବି

ରାଜ୍ୟ କାହାଣୀ (ଭୁବନେଶ୍ଵର)ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିଥିବା ୮ ନିଲମ୍ବିତ ବିଜେଡି ବିଧାୟକଙ୍କ ହେବ କି ସଭ୍ୟପଦ ରଦ୍ଦ ? ଏମିତି ଏକ ଚର୍ଚ୍ଚା ଲାଗି ରହିଥିବାବେଳେ ବାଚସ୍ପତିଙ୍କୁ ଭେଟିବେ ବିଜେଡିର ସମସ୍ତ ବିଧାୟକ ।ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଗତ ଜାନୁଆରୀ ୧୫ରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ଏବଂ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ଦଳରୁ ନିଲମ୍ବନ କରିଥିଲେ।ସେହିପରି ରାଜ୍ୟସଭା ନିର୍ବାଚନରେ ଦଳୀୟ ନିଷ୍ପତ୍ତିର ଅବମାନନା ଏବଂ କ୍ରସ୍‌ଭୋଟିଂ କରିବା ଅଭିଯୋଗରେ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, କଟକ-ଚୌଦ୍ବାର ବିଧାୟକ ସୌଭିକ ବିଶ୍ବାଳ, ବସ୍ତା ବିଧାୟିକା ସୁବାସିନୀ ଜେନା, ତି‌ର୍ତ୍ତାଲ ବିଧାୟକ ରମାକାନ୍ତ ଭୋଇ, ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ଏବଂ ଜୟଦେବ ବିଧାୟକ ନବକିଶୋର ମଲ୍ଲିକଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଛି।

You might also like