ବସ୍‌ରେ ବିବାହିତା ମହିଳାଙ୍କୁ ଦୁଷ୍କର୍ମ ଘଟଣା, ବସ୍‌ ଜବତ ସହ ଫରେନସିକ୍ ତଦନ୍ତ ଜାରି

ରାଜଧାନୀ ଦିଲ୍ଲୀର ରାଣୀବାଗ ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ଚଳନ୍ତା ସ୍ଲିପର ବସ୍‌ରେ ଜଣେ ୩୦ ବର୍ଷୀୟା ମହିଳାଙ୍କୁ ଗଣବଳାତ୍କାର କରାଯାଇଛି। ପୀଡ଼ିତା ପୋଲିସକୁ କହିଛନ୍ତି ଯେ, ସେ ବିଳମ୍ବିତ ରାତିରେ କାମରୁ ଘରକୁ ଫେରୁଥିଲେ। ସେ ରାସ୍ତାକଡ଼ରେ ଠିଆ ହୋଇଥିବା ଜଣେ ଯୁବକଙ୍କୁ ସମୟ ପଚାରିଥିଲେ, କିନ୍ତୁ କିଛି ସେକେଣ୍ଡ ମଧ୍ୟରେ ତାଙ୍କ ଜୀବନ ଭୟ ଏବଂ ଯନ୍ତ୍ରଣାରେ ପୂର୍ଣ୍ଣ ହୋଇଗଲା।ମହିଳାଙ୍କ କହିବା ଅନୁଯାୟୀ, ଯୁବକ ଜଣକ ତାଙ୍କୁ ଜୋରଜବରଦସ୍ତି ବସ୍‌ ଭିତରକୁ ଟାଣି ନେଇଥିଲେ। ଆହୁରି ଅନେକ ଲୋକ ପୂର୍ବରୁ ଏଥିରେ ଥିଲେ। ତା’ପରେ ତାଙ୍କୁ ପ୍ରାୟ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଚଳନ୍ତା ବସ୍‌ରେ ନିର୍ମମ ଭାବରେ ଆକ୍ରମଣ କରାଯାଇଥିଲା।ଏହି ଘଟଣା ଗତ ମେ’ ୧୨ ତାରିଖରେ ଘଟିଥିଲା। ପୀଡ଼ିତା ମହିଳାଙ୍କ ଅଭିଯୋଗ ଆଧାରରେ ପୋଲିସ ତୁରନ୍ତ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ଏବଂ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସଂପୃକ୍ତ ବସ୍ଟିକୁ ମଧ୍ୟ ଜବତ କରିଛି ଏବଂ ପୀଡ଼ିତା ମହିଳାଙ୍କର ଡାକ୍ତରୀ ମାଇନା କରାଯିବା ପରେ ପୋଲିସ ତାଙ୍କର ବୟାନ ରେକର୍ଡ କରିଛି । ଗିରଫ ହୋଇଥିବା ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ପୋଲିସ ଜେରା କରୁଥିବା ବେଳେ ବସ୍ ମଧ୍ୟରୁ ବିଭିନ୍ନ ପ୍ରମାଣ ସଂଗ୍ରହ କରାଯାଉଛି । ଫୋରେନ୍ସିକ୍ ରିପୋର୍ଟ ଓ ଡାକ୍ତରୀ ରିପୋର୍ଟକୁ ଆଧାର କରି ତଦନ୍ତ ପ୍ରକ୍ରିୟାକୁ ଆଗକୁ ବଢ଼ାଯିବ। ଦିଲ୍ଲୀ ପୋଲିସ ଏହି ମାମଲାରେ ସମସ୍ତ ଦିଗକୁ ଗୁରୁତ୍ୱର ସହ ଯାଞ୍ଚ କରୁଥିବା ବେଳେ ପୀଡ଼ିତା କିମ୍ବା ଅଭିଯୁକ୍ତଙ୍କ ପରିଚୟକୁ ଗୁପ୍ତ ରଖାଯାଇଛି।

You might also like