ବନ୍ୟା ସ୍ଥିତି ନେଇ CDMOଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦେଲେ ସ୍ବାସ୍ଥ୍ୟ ବିଭାଗ
ଭୁବନେଶ୍ୱର (ରାଜ୍ୟ କାହାଣୀ )ରାଜ୍ୟରେ ବନ୍ୟା ସ୍ଥିତି ନେଇ ଆକ୍ସନରେ ସରକାର ।ସମସ୍ତ ସିଡିଏମଓ ମାନଙ୍କୁ ଅଲର୍ଟ ରହିବାକୁ ନିର୍ଦେଶ ଜାରି କରିଛି ସ୍ବାସ୍ଥ୍ୟ ବିଭାଗ । ଗର୍ଭବତୀ ମହିଳାଙ୍କୁ ସ୍ଥାନାନ୍ତର କରାଯିବ । ପାଣି ଘେରରେ ଥିବା ଲୋକଙ୍କ ପାଖରେ ସ୍ବାସ୍ଥ୍ୟ ସେବା ପହଞ୍ଚାଯିବ। ସାପ କାମୁଡ଼ା ପାଇଁ ପର୍ଯ୍ୟାପ୍ତ ପରିମାଣର ଆଣ୍ଟି ସ୍ନେକ୍ ଭେନମ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଡାକ୍ତର ଟିମକୁ ଅଲର୍ଟ କରାଯିବା ସହ ବନ୍ୟା ପ୍ରଭାବିତ ଅଞ୍ଚଳରେ ମୁତୟନ କରାଯିବ। କୋଭିଡକୁ ସତର୍କତାକୁ ମଧ୍ୟ ଦୃଷ୍ଟିରେ ରଖିଛି ସ୍ବାସ୍ଥ୍ୟ ବିଭାଗ। କେନ୍ଦ୍ର ସରକାରଙ୍କ ଗାଇଡ୍ ଲାଇନକୁ ଅନୁପାଳନ କରାଯିବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ।