ବଢ଼ୁଛି ରେଭେନ୍ସା ବିବାଦ, ବାଚସ୍ପତିଙ୍କ ପାଖରେ ଦାଖଲ ଅଭିଯୋଗ ପ୍ରତ୍ୟାହାର ଦାବି

ଭୁବନେଶ୍ୱର (ରାଜ୍ୟ କାହାଣୀ )ରେଭେନ୍ସା ବିଶ୍ୱବିଦ୍ୟାଳୟ ବିବାଦରେ ଲାଗୁନି ବ୍ରେକ। ସଦର ବିଧାୟକ ପ୍ରକାଶ ସେଠୀଙ୍କୁ ରେଭେନ୍ସା ବିଶ୍ୱବିଦ୍ୟାଳୟ ଶିକ୍ଷକ ସଂଘର କାଉଣ୍ଟର। ସଂଘ କହିଛି, ବିଧାୟକ ସିନେଟ ମେମ୍ବର ନୁହଁନ୍ତି। ବିଶ୍ବବିଦ୍ୟାଳୟର ସିନେଟ୍ ଗଠନ ପ୍ରକ୍ରିୟା ଏଯାବତ୍ ଶେଷ ହୋଇନାହିଁ ଏବଂ ସିନେଟ୍ ଗଠନର ଚୂଡ଼ାନ୍ତ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇନାହିଁ । ତେଣୁ ସିନେଟ୍ ସଦସ୍ୟ ବୋଲି କହି ବିଶ୍ବବିଦ୍ୟାଳୟର କାର୍ଯ୍ୟରେ ହସ୍ତକ୍ଷେପ କରିବାର ତାଙ୍କର କୌଣସି ଆଧାର ନାହିଁ। ଏକ ସାମ୍ବାଦିକ ସମ୍ମିଳନୀ କରି ରେଭେନ୍ସା ବିଶ୍ୱବିଦ୍ୟାଳୟ ଶିକ୍ଷକ ସଂଘ ଏହା କହିଛି ।

ବିଧାୟକ, ଚିଫ ୱାର୍ଡେନଙ୍କ ବିରୁଦ୍ଧରେ ବାଚସ୍ପତିଙ୍କୁ ଲେଖି ଥିବା ପତ୍ର ଯଦି ପ୍ରତ୍ୟାହାର କରନ୍ତି, ତେବେ ଆଗକୁ ସମାଧାନର ବାଟ ବାହାରିବାର ସମ୍ଭାବନା ରହିଛି ବୋଲି କହିଛି ଶିକ୍ଷକ ସଂଘ । ଅନ୍ୟପଟେ ଏ ସଂପର୍କରେ କୁଳାଧିପତି ତଥା ରାଜ୍ୟପାଳଙ୍କୁ ଭେଟିବି ବୋଲି କହିଛନ୍ତି ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ । ରେଭେନ୍ସାରେ ସୁସ୍ଥ ବାତାବରଣ ଫେରି ଆସୁବୋଲି ସେ କହିଛନ୍ତି ।

You might also like