ପ୍ରକାଶ ପାଇଲା ସିବିଏସଇଦଶମ ବୋର୍ଡ ପରୀକ୍ଷା ଫଳ
ପ୍ରକାଶ ପାଇଲା ସିବିଏସଇଦଶମ ବୋର୍ଡ ପରୀକ୍ଷା ଫଳ । ଛାତ୍ରଛାତ୍ରୀ ମାନେ CBSE ଅଫିସିଆଲ୍ ୱେବସାଇଟରୁ ନିଜର ପରୀକ୍ଷା ଫଳ ପାଇ ପାରିବେ । cbse.gov.in, results.cbse.nic.in, results.digilocker.gov.in ଓ ଉମଙ୍ଗରେ ରେଜଲ୍ଟ ଉପଲବ୍ଧ । ସୂଚନା ଅନୁସାରେ ଚଳିତ ବର୍ଷ CBSE ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଫେବ୍ରୁଆରୀ ୧୭ରୁ ମାର୍ଚ୍ଚ ୧୧ ପର୍ଯ୍ୟନ୍ତ ଚାଲିଥିଲା । ଯେଉଁଥିରେ ପ୍ରାୟ ୨୫ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।CBSE ର ଅଫିସିଆଲ୍ ଓ୍ବେବସାଇଟ୍ ବ୍ୟତୀତ ଡିଜିଲକର ମାଧ୍ୟମରେ ଛାତ୍ରଛାତ୍ରୀମାନେ ସବୁଠୁ ଶୀଘ୍ର ସେମାନଙ୍କ ଫଳାଫଳ ଦେଖିବା ସହ ଡିଜିଟାଲ୍ ମାର୍କସିଟ୍ ମଧ୍ୟ ତୁରନ୍ତ ଡାଉନଲୋଡ୍ କରିପାରିବେ ।