ପୋଲିଂ ବୁଥ୍ ଇଭିଏମରେ ବିଜେପି ନିର୍ବାଚନୀ ଚିହ୍ନ ଉପରେ ଲାଗିଲା ଟେପ୍

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ । ଲମ୍ବା ଲାଇନରେ ଠିଆ ହୋଇ ଭୋଟ୍ ଦେଉଛନ୍ତି ଲୋକେ ।୧୪୨ଟି ବିଧାନସଭା ଆସନରେ ମତଦାନ ହେଉଥିବାବେଳେ ଅପରାହ୍ନ ୧ଟା ପର୍ଯ୍ୟନ୍ତ ୬୧.୧୧ ପ୍ରତିଶତ ମତଦାନ ହୋଇଛି । ଡାଇମଣ୍ଡ ହାର୍ବର ଲୋକସଭା ନିର୍ବାଚନ ମଣ୍ଡଳୀରୁ ଆସୁଥିବା ଫାଲ୍ଟା ଆସନ ଏବେ ଚର୍ଚ୍ଚାରେ ରହିଛି । ମତଦାନ ଦିନ ଇଭିଏମ୍ ସହ ଟାମ୍ପରିଂ ଅଭିଯୋଗ ଓ ବଟନରେ ଟେପ୍ ଲଗାଯାଇଥିବାର ଗମ୍ଭୀର ଅଭିଯୋଗ ହୋଇଛି । ବିଜେପି ଏହି ପ୍ରସଙ୍ଗରେ ତୃଣମୂଳ କଂଗ୍ରେସ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଅପରାଧୀ ପ୍ରାର୍ଥୀ ଜାହାଙ୍ଗୀର ଖାନଙ୍କୁ ଟାର୍ଗେଟ କରିଛି ।ଇଭିଏମ୍ ଟାମ୍ପରିଂ ଅଭିଯୋଗ ଉପରେ ପଶ୍ଚିମବଙ୍ଗ ନିର୍ବାଚନ କମିଶନର କଡା ଚେତାବନୀ ଜାରି କରିଛନ୍ତି । କମିଶନ କହିଛନ୍ତି, ବଟନ ଉପରେ ଟେପ୍ ଲଗାଇବାର ଅଭିଯୋଗ ନେଇ ଚର୍ଚ୍ଚା କରାଯିବ । ଯଦି ଅଭିଯୋଗ ଠିକ୍ ତେବେ ସେହି ବୁଥରେ ପୁଣିଥରେ ଭୋଟିଂ ହେବ ।

You might also like