ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଭି.କେ ପାଣ୍ଡିଆନଙ୍କ ବିରୋଧରେ ହେଲିକପ୍ଟର ମାମଲାର ଆବେଦନ ଖାରଜ

ଭୁବନେଶ୍ୱର (ରାଜ୍ୟ କାହାଣୀ )ହେଲିକପ୍ଟର ମାମଲାରେ ଖାରଜ ହେଲା ଆବେଦନ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଓ ତାଙ୍କ ପୂର୍ବତନ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନଙ୍କ ବିରୋଧରେ ହେଲିକପ୍ଟର ମାମଲା ଆବେଦନ ଖାରଜ କଲେ ଖୋର୍ଦ୍ଧା କୋର୍ଟ। ଅଭିଯୋଗରେ ଯଥେଷ୍ଟ ଆଧାର ନାହିଁ କହିଲେ ଖୋର୍ଦ୍ଧା କୋର୍ଟ। ପୂର୍ବରୁ ଭୁବନେଶ୍ୱର SDJM ବି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ତତ୍କାଳୀନ ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡ୍ୟାନଙ୍କ ସ୍ୱଚ୍ଛତା ଉପରେ ମୋହର ମାରିଥିଲେ । ଯାହାକୁ ଆଜି କାଏମ ରଖିଲେ ଜିଲ୍ଲା ଜଜ୍ । କାରଣ ଦୁଇ ବର୍ଷ ହେବ କୌଣସି ପ୍ରମାଣ ଦାଖଲ କରି ପାରି ନଥିଲେ ଅଭିଯୋଗକାରୀ । ଏହା ମିଥ୍ୟା, କପୋଳକଳ୍ପିତ ଓ ମନ୍ଦ ଉଦ୍ଦେଶ୍ୟ ରଖି ଅଭିଯୋଗ କରାଯାଇଥିଲା । BNSSର ଧାରା ୩୩ ଅନୁସାରେ ଏଭଳି ଅଭିଯୋଗ ଦାଖଲ କରିବା ପାଇଁ ଅଭିଯୋଗକାରୀଙ୍କ ଆଇନଗତ ଅଧିକାର ନଥିଲା ବୋଲି କୋର୍ଟ କହିଛନ୍ତି। ଏହି ମାମଲା ପ୍ରଥମେ ଭୁବନେଶ୍ୱର SDJM କୋର୍ଟରେ ICC No. 6960 of 2024 ଭାବେ ଦାଖଲ ହୋଇଥିଲା। ୨୦୨୬ ମାର୍ଚ୍ଚ ୨୫ରେ SDJM କୋର୍ଟ ଅଭିଯୋଗକୁ ଖାରଜ କରିଦେଇଥିଲେ। SDJMଙ୍କ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଶ୍ରୀଧର ଚନ୍ଦ୍ର ମହାନ୍ତି ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜ୍ କୋର୍ଟରେ ରିଭିଜନ୍ ପିଟିସନ୍ ଦାଖଲ କରିଥିଲେ। କିନ୍ତୁ ଜିଲ୍ଲା ଓ ଦୌରାଜଜ୍ SDJMଙ୍କ ଆଦେଶରେ କୌଣସି ଆଇନଗତ ତ୍ରୁଟି ଥିବା ଦେଖିବାକୁ ପାଇନାହାନ୍ତି।ପୂର୍ବରୁ ଏଥିରେ ସତ୍ୟତା କି ପ୍ରମାଣ ନଥିବାରୁ କ୍ୟାପିଟାଲ ଥାନା ପୋଲିସ ଓ ଡିସିପି ବି ମାମଲା ରୁଜୁ କରି ନଥିଲେ ।

You might also like