ପିଏମ କିଷାନର ୨୩ତମ କିସ୍ତି କେବେ ଆସିବ ?
ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା (PM-KISAN) ଲକ୍ଷ ଲକ୍ଷ ହିତାଧିକାରୀଙ୍କ ପାଇଁ ଆସିଛି ବଡ଼ ଅପଡେଟ୍ |୧୩ ମାର୍ଚ୍ଚ, ୨୦୨୬ ରେ, ପ୍ରଧାନମନ୍ତ୍ରୀ ମୋଦୀ ଆସାମର ଗୌହାଟିରୁ ଏହି ଯୋଜନାର ୨୨ତମ କିସ୍ତି ଚାଷୀଙ୍କ ଆକାଉଣ୍ଟକୁ ପଠାଇଥିଲେ । ସେହି ସମୟରେ, ପ୍ରତ୍ୟକ୍ଷ ଲାଭ ସ୍ଥାନାନ୍ତର (DBT) ମାଧ୍ୟମରେ ସାରା ଦେଶର ୯୩ କୋଟିରୁ ଅଧିକ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଦୁଇ ହଜାର ଟଙ୍କା ପଠାଯାଇଥିଲା ।
ଏବେ, ଚାଷୀମାନେ ପୁଣି ଥରେ ପରବର୍ତ୍ତୀ ଅର୍ଥାତ୍ ୨୩ତମ କିସ୍ତି ଉପରେ ନଜର ରଖିଛନ୍ତି । ପ୍ରଥମ କିସ୍ତି ଏପ୍ରିଲରୁ ଜୁଲାଇ ମଧ୍ୟରେ ରିଲିଜ୍ ହୁଏ । ଦ୍ୱିତୀୟ କିସ୍ତି ଅଗଷ୍ଟରୁ ନଭେମ୍ବର ମଧ୍ୟରେ ଏବଂ ତୃତୀୟ କିସ୍ତି ଡିସେମ୍ବରରୁ ମାର୍ଚ୍ଚ ମଧ୍ୟରେ ରିଲିଜ୍ ହୁଏ । ଯେହେତୁ ୨୨ତମ କିସ୍ତି ମାର୍ଚ୍ଚ ୨୦୨୬ ରେ ଆସିସାରିଛି, ତେଣୁ ଏବେ ଏପ୍ରିଲ-ଜୁଲାଇ ମଧ୍ୟରେ ୨୩ତମ କିସ୍ତି ପାଇଁ ସମୟ ଆସିଛି ।ବର୍ତ୍ତମାନର ଆକଳନ ଅନୁଯାୟୀ, ଏହି ଟଙ୍କା ଜୁନ୍ ରୁ ଜୁଲାଇ ମଧ୍ୟରେ କୌଣସି ସମୟରେ ଚାଷୀଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ ହୋଇପାରେ । ତଥାପି, କୃଷି ମନ୍ତ୍ରଣାଳୟ ଦ୍ୱାରା ଏପର୍ଯ୍ୟନ୍ତ କୌଣସି ସରକାରୀ ତାରିଖ ଘୋଷଣା କରାଯାଇ ନାହିଁ ।