ପଶ୍ଚିମବଙ୍ଗ ଓ ତାମିଲନାଡୁ ରାଜନୀତିରେ ବଡ଼ ଧମାକା

ପଶ୍ଚିମବଙ୍ଗ ସମେତ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି। ପଶ୍ଚିମବଙ୍ଗର ୨୯୪ ବିଧାନସଭା ଆସନ ମଧ୍ୟରୁ ୨୯୩ରେ ଭୋଟ ଗଣନା କରାଯାଉଛି । ପ୍ରାଥମିକ ଭୋଟ୍ ଗଣତିରେ ପଶ୍ଚିମବଙ୍ଗରେ ବିଜେପି ୧୪୯ ଆସନରେ ଆଗୁଆ ଥିବାବେଳେ ଟିଏମସି ୯୨ ଆସନରେ ଆଗୁଆ ରହିଛି। ସେହିପରି ଅନ୍ୟଦଳ ୪ ଆସନରେ ଆଗୁଆ ରହିଛନ୍ତି। ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ବିଜେପି ବହୁମତ ହାସଲ କରିଛି । ଅନ୍ୟପଟେ ତାମିଲନାଡୁରେ ବଡ଼ ବିଜୟ ଆଡ଼କୁ ଅଗ୍ରସର ହେଉଛି ବିଜୟଙ୍କ ଦଳ TVK। ପ୍ରାରମ୍ଭିକ ଟ୍ରେଣ୍ଡରେ ଟିଭିକେର ହୋଇଛି ବ୍ଲକବଷ୍ଟର୍ ଏଣ୍ଟ୍ରି । ୧୦୦ ଅଙ୍କ ଅତିକ୍ରମ କରିଛି ଟିଭିକେ। ୧୦୭ ଆସନରେ ଆଗୁଆ ରହିଛି। ବର୍ତ୍ତମାନର ସଂଖ୍ୟା ଦର୍ଶାଉଛି ଯେ ବିଜୟଙ୍କ ଦଳ ବହୁମତ ପାଇଁ ଆବଶ୍ୟକ ସଂଖ୍ୟା ନିକଟତର ହୋଇଛି।

You might also like