ପଶ୍ଚିମବଙ୍ଗର ୧୫ଟି ବୁଥରେ ରିପୋଲିଂ, ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କରାଯିବ ଭୋଟ୍ ଗ୍ରହଣ

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଫଳାଫଳ ମେ ୪ ତାରିଖରେ ଘୋଷଣା କରାଯିବ। ଭୋଟ ଗଣତି ପୂର୍ବରୁ ରାଜ୍ୟରେ ରାଜନୈତିକ ଉତ୍ତେଜନା ଶୀର୍ଷରେ ପହଞ୍ଚିଛି। ଇଭିଏମ ଷ୍ଟ୍ରଙ୍ଗରୁମର ସୁରକ୍ଷାକୁ ନେଇ ଟିଏମ୍‌ସି ଏବଂ ବିଜେପି ମୁହାଁମୁହିଁ ହୋଇଛନ୍ତି ।  ଶୁକ୍ରବାର ଭୋଟ ଜାଲିଆତି ଅଭିଯୋଗ ପରେ ପ୍ରଶାସନ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସହରର ସମସ୍ତ ସାତଟି ନିର୍ଦ୍ଦିଷ୍ଟ ଇଭିଏମ ଷ୍ଟ୍ରଙ୍ଗରୁମର ୨୦୦ ମିଟର ପରିଧିକୁ ସିଲ୍ କରିଛି । ଅନ୍ୟପଟେ ଆଜି ପଶ୍ଚିମବଙ୍ଗର ୧୫ଟି ବୁଥରେ ପୁନଃ ମତଦାନ । ପଶ୍ଚିମବଙ୍ଗର ମଗ୍ରାହାଟ ପଶ୍ଚିମ ଏବଂ ଡାଇମଣ୍ଡ ହାର୍ବର ନିର୍ବାଚନ ମଣ୍ଡଳୀର ମୋଟ ୧୫ଟି ବୁଥରେ ପୁନଃ ମତଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ । ଏଥିରେ ମଗ୍ରାହାଟର ୧୧ଟି ଓ ଡାଇମଣ୍ଡ ହାର୍ବରର ୪ଟି ବୁଥ ରହିଛି । ଏହି ୧୫ଟି ବୁଥରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ କରାଯିବ ।

You might also like